fbpx

ପେଗାସସ୍‌ ପରେ ହାର୍ମିଟ୍‌ ସ୍ଫାଏୱେୟର ବିପଦ, ଲୋକଙ୍କ ଅଜାଣତରେ ଡାଟା ଓ କଲ୍‌କୁ ଗୁପ୍ତ ଭାବେ ଯାଞ୍ଚ କରୁଛି…

ନୂଆଦିଲ୍ଲୀ: ପେଗାସସ୍‌ ସ୍ପାଏୱେୟର ନାମ ତ ଆପଣ ନିଶ୍ଚିତ ଶୁଣିଥିବେ । ଲୋକଙ୍କ ସ୍ମାର୍ଟଫୋନ୍‌ରେ ଡାଟା, କଲ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସେବାକୁ ଗୁପ୍ତରେ ତଦନ୍ତ କରିବାକୁ ନେଇ ଭାରତରେ ଖୁବ୍‌ ହଙ୍ଗାମା ହୋଇଛି । ଏବେ ପୁଣି ଆଉ ଏକ ନୂଆ ସଫ୍ଟୱେୟର ବିକଶିତ କରାଯାଇ ଏଭଳି କାମରେ ନିୟୋଜିତ କରାଯାଇଥିବା ସାମ୍ନାକୁ ଆସିଛି । ଏହି ସଫ୍ଟୱେୟରର ନାମ ହାର୍ମିଟ୍‌ ସ୍ପାଏୱେୟର । ସାଇବର ସିକ୍ୟୁରିଟି କମ୍ପାନୀ ଲୁକ୍‌ଆଉଟ୍‌ ଥ୍ରେଟ୍‌ ଲ୍ୟାବ୍‌ ପକ୍ଷରୁ ଏହାର ଖୁଲାସା କରାଯାଇଛି । କମ୍ପାନୀ ମୁତାବକ ଏବେ ସରକାର ପେଗାସସ୍‌ ବଦଳରେ ଏକ ନୂଆ ଆଣ୍ଡ୍ରଏଡ୍‌ ଭର୍ସନ ସ୍ପାଏୱେୟର ହାର୍ମିଟ୍‌ ଉପଯୋଗ କରୁଛନ୍ତି ।

ଲୁକ୍‌ଆଉଟ୍‌ ତା’ର ରିପୋର୍ଟରେ ଦର୍ଶାଇଛି କି ଏହି ସଫ୍ଟୱେୟରକୁ କିଛି ଦେଶ ଲୋକଙ୍କ ଡାଟା ଓ କଲ୍‌କୁ ଗୁପ୍ତ ଭାବେ ଯାଞ୍ଚ କରିବା କାମରେ ଲଗାଯାଇଛି । ଏହାର ଟାର୍ଗେଟ୍‌ରେ ମୁଖ୍ୟତଃ ସରକାରୀ ଅଧିକାରୀ, ବଡ଼ ବଡ଼ ବ୍ୟବସାୟୀ, ମାନବାଧିକାର କର୍ମୀ, ସାମ୍ବାଦିକ, ରାଜନୈତିକ ବ୍ୟକ୍ତିବିଶେଷ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ରହିଛି । କମ୍ପାନୀ ତା’ର ରିସର୍ଚ୍ଚରେ ଜାଣିବାକୁ ପାଇଛି କି ଏହି ସଫ୍ଟୱେୟର କାଜାକିସ୍ତାନରେ ବ୍ୟବହାର କରାଯାଉଛି । ୪ ମାସ ପୂର୍ବରୁ ସରକାରଙ୍କ ନୀତିକୁ ବିରୋଧ କରି ସେଠିକାର ଲୋକମାନେ ତୀବ୍ର ଆନ୍ଦୋଳନ କରିଥିଲେ ଯାହାକୁ କି କାଜାକିସ୍ତାନ ସରକାର ବଳପୂର୍ବକ ଚପାଇ ଦେଇଥିଲେ । ଏହି ଘଟଣା ପରେ ଏବେ ସେଠିକାର ପରିସ୍ଥିତିର ଟିକ୍‌ନିକ୍‌ ଯାଞ୍ଚ ପାଇଁ ସରକାର ଏହି ସଫ୍ଟୱେୟରକୁ ଗୁପ୍ତ ଭାବେ ବ୍ୟବହାର କରୁଥିବା ଲୁକ୍‌ଆଉଟ୍‌ ସୂଚନା ଦେଇଛି । କମ୍ପାନୀ ତା’ର ରିସର୍ଚ୍ଚରେ ଆହୁରି ଦର୍ଶାଇଛି କି ଏହି ସଫ୍ଟୱେୟର ପ୍ରଥମେ ଇଟାଲୀ ସ୍ପାଏୱେୟର ଭେଣ୍ଡର ଆର୍‌ସିଏସ୍‌ ଲ୍ୟାବ ଓ ଟାଇକେ ଲ୍ୟାବ୍‌ ଏସ୍‌ଆର୍‌ଏଲ୍‌ ପକ୍ଷରୁ ପ୍ରସ୍ତୁତ କରାଯାଇଥିଲା । ଇଟାଲୀ ସରକାର ୨୦୧୯ ମସିହାରେ ଦୁର୍ନୀତି ନିରୋଧୀ ଅଭିଯାନ ଉପରେ ଏହି ସଫ୍ଟୱେୟରକୁ ବ୍ୟବହାର କରିଥିଲେ । ଆର୍‌ସିଏସ୍‌ ଲ୍ୟାବ ଗତ ୩୦ ବର୍ଷ ହେବ ଆକ୍ଟିଭ୍‌ ରହିଛି ଓ ଏହା ପେଗାସସ୍‌କୁ ବିକଶିତ କରିଥିବା ଏନ୍‌ଏସ୍‌ଓ ଗ୍ରୁପ୍ ଓ ଫିନଫିସରକୁ ବିକଶିତ କରିଥିବା ଗାମା ଗ୍ରୁପ୍‌କୁ ମାର୍କେଟ୍‌ରେ କାରବାର କରିଥାଏ ।

Get real time updates directly on you device, subscribe now.