fbpx
BJD SKY
BJD SKY

ଖୁସି ଖବର: ଓଡ଼ିଶାରୁ ଆଜି ୪ ହଜାର ୫୮୭ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

BJD

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ପ୍ରକୋପ ଜାରି ରହିଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୪ ହଜାର ୫୮୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ସଂଖ୍ୟା ୮ ଲକ୍ଷ ୪୪ ହଜାର ୮୦୧ କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଆଜି ଖୋର୍ଦ୍ଧାରୁ ସର୍ବାଧିକ ୬୭୧ ଜଣ ସୁସ୍ଥ ହୋଇଥିବା କଟକରୁ ୪୪୦, ବାଲେଶ୍ୱରରୁ ୩୨୦, ଯାଜପୁରରୁ ୩୧୩, ଅନୁଗୁଳରୁ ୨୪୪, ପୁରୀରୁ ୨୪୧, ଭଦ୍ରକରୁ ୨୧୪, ଢେଙ୍କାନାଳରୁ ୨୧୦, ମୟୂରଭଞ୍ଜରୁ ୨୧୦, ଜଗତସିଂହପୁରରୁ ୨୦୨, କେନ୍ଦ୍ରାପଡାରୁ ୧୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.