fbpx

ଓଡ଼ିଆ ଝିଅ-ହକିତାରକା ହେଲେ ଉପ-ଅଧିନାୟିକା, ଟୋକିଓ ଅଲିମ୍ପିକ୍ ପାଇଁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହକି ଇଣ୍ଡିଆ ପକ୍ଷରୁ ଓଡ଼ିଆ ଝିଅ ତଥା ହକି ତାରକା ଦୀପ୍ ଗ୍ରେସ୍ ଏକ୍କାଙ୍କୁ ମିଳିଛି ଗୁରୁଦାୟିତ୍ୱ । ସେ ଟୋକିଓ ଅଲିମ୍ପିକି ପାଇଁ ଦଳର ଉପ- ଅଧିନାୟିକା ଭାବେ ଦାୟିତ୍ୱ ତୁଲାଇବେ । ଫଳରେ ଓଡ଼ିଶାର ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଛି । ସୂଚନା ଯୋଗ୍ୟ ଯେ ଏକମାତ୍ର ଓଡ଼ିଆ ଝିଅ ଭାବେ ସେ ରିଓ ଅଲିମ୍ପିକ୍ ପରେ ପରେ ଟୋକିଓ ଅଲିମ୍ପିକ୍ ପାଇଁ ମନୋନୀତ ହୋଇଛନ୍ତି । ଜଣେ ଦକ୍ଷ ଡିଫେଣ୍ଡର୍ ଭାବେ ଦଳରେ ତାଙ୍କର ସ୍ଥାନ ସ୍ୱତନ୍ତ୍ର ରହିଛି ।

ସୂଚନାଯୋଗ୍ୟ ଯେ ବହୁ ପ୍ରତୀକ୍ଷିତ ଟୋକିଓ ଅଲିମ୍ପିକ୍ ଖୁବ୍ ଶୀଘ୍ର ହେବାକୁ ଯାଉଛି । ଏଥିପାଇଁ ସାରା ବିଶ୍ୱର ବିଭିନ୍ନ ଦେଶ ଚଳାଇଛନ୍ତିି ପ୍ରସ୍ତୁତି । ଗତ ଗୁରୁବାର ହକି ଇଣ୍ଡିଆ ମଧ୍ୟ ଘୋଷଣା କରିଥିଲା ମହିଳା ହକି ଟିମ୍ । ତେବେ ରିଓ ଅଲିମ୍ପିକ୍ ଖେଳି ଗୌରବ ସାଉଁଟିଥିବା ଦୀପ ଗ୍ରେସ ଟୋକିଓ ପାଇଁ ଚୟନ ହେବା ପରେ ବିଭିନ୍ନ ମହଲରେ ଖୁସି ପ୍ରକାଶ ପାଇଥିଲା । ପୁଣି ଉପ-ଅଧି ନାୟିକା ଭାବେ ଗୁରୁଦାୟିତ୍ୱ ପାଇଛନ୍ତି ସୁନ୍ଦରଗଡ଼ ଜିଲ୍ଲାର ୨୭ ବର୍ଷୀୟା ଦୀପ ଗ୍ରେସ୍ ।

ଆହୁରି ପଢ଼ନ୍ତୁ:
ଏକମାତ୍ର ଓଡ଼ିଆ ଝିଅ ଦୀପ ଗ୍ରେସ୍ ଏକ୍କା ଖେଳିବେ ଟୋକିଓ ଅଲିମ୍ପିକ୍

ଅନ୍ୟପକ୍ଷରେ ରାନୀଙ୍କୁ ସ୍କିପର୍ ବା କ୍ୟାପଟେନ୍ ଭାବେ ଦାୟିତ୍ୱ ମିଳିଥିବାବେଳେ ସବିତାଙ୍କୁ ମଧ୍ୟ ଉପ-ଅଧିନାୟିକା ଭାବେ ମନୋନୀତ କରାଯାଇଛି ।

ହକି ଇଣ୍ଡିଆ ଘୋଷଣା କରିଥିବା ୧୬ ଜଣିଆ ଟିମ୍

ସବିତା (ଗୋଲ୍ କିପର୍), ଦୀପ୍ ଗ୍ରେସ୍ ଏକ୍କା (ଡିଫେଣ୍ଡର୍), ନିକ୍କି ପ୍ରଧାନ (ଡିଫେଣ୍ଡର୍), ଗୁରଜୀତ୍ କୌର୍, ଉଦିତା ଏବଂ ମିଡ୍ ଫିଲଡର୍ସ ଭାବେ ନିଶା, ନେହା, ଏସସି ପୁଖ୍ରାମ୍ବମ୍, ମୋନିକା, ନଭଜ୍ୟୋତ୍ କୌର୍, ସାଲିମା ଟେଟେ, ଫରୱାର୍ଡସ୍ ଭାବେ ରାନୀ, ନବନୀତ୍ କୌର୍, ଲାଲରେମସିଆମି, ବନ୍ଦନା କଟାରିଆ, ଶର୍ମିଲା ଦେବୀ ।

Get real time updates directly on you device, subscribe now.