fbpx

‘ଓଡ଼ିଶା ଭାସ୍କର’ର ମହାପ୍ରଭାବ: ୪୮ଘଣ୍ଟା ମଧ୍ୟରେ ରାସ୍ତା କାମ ଆରମ୍ଭ

Advertisement

ନିଆଳି,(ଭାସ୍କର ନ୍ୟୁଜ୍‌) : ଦେବୀକନ୍ଦଳ ଦୀପାଞ୍ଚଳ ବୋତାଖାଲ କୁଣ୍ଡିମୁହଁ ରାସ୍ତା ଧସି ଯାଇଥିଲା । ୪ଚକିଆ ଭାରିଯାନ ଯାତାୟତ ନିମନ୍ତେ ବନ୍ଦ ହୋଇଯାଇଥିବା ବେଳେ ଉଡ଼ିଶା ଭାସ୍କର ଖବର କାଗଜରେ ଉକ୍ତ ଘଟଣା ପ୍ରକାଶ ପାଇଥିଲା । ଖବର ପ୍ରସାରଣର ୪୮ ଘଣ୍ଟା ମଧ୍ୟରେ ନିଆଳି ବିଧାୟକ ଡ. ପ୍ରମୋଦ କୁମାର ମଲ୍ଲିକଙ୍କ ନିର୍ଦ୍ଦେଶରେ ବିଭାଗୀୟ କର୍ତ୍ତୃପକ୍ଷ ୪୮ ଘଣ୍ଟା ମଧ୍ୟରେ ନଦୀ ପାଶ୍ୱ ରାସ୍ତା ଧସିଯାଇଥିବା ସ୍ଥାନରେ ବାଉଁସ ବାଡ଼ା ଦିଆଯାଇ ବାଲିବସ୍ତା ରଖାଯାଇ କାମ ଆରମ୍ଭ କରାଯାଇଛି । ୨ଦିନ ମଧ୍ୟରେ ଭାରିଯାନ ଯାତାୟତ କରି ।ରିବ । ସେହିଭଳି କୁଣ୍ଡିମୁହଁ ବ୍ରିଜ୍‌ଠାରୁ ଶଗଡ଼ାଇଲ ରାସ୍ତା ନଦୀ ବନ୍ଧରେ ବିରାଟ ଏକ ଗର୍ତ୍ତ ସୃଷ୍ଟି ହୋଇଥିଲା । ଏହାର ମଧ୍ୟ କାମ ଆରମ୍ଭ ହୋଇଛି ।

ଅନ୍ୟଏକ ଗଦାପୋଲ ହାଇସ୍କୁଲ ପାଖରେ ବର୍ଷାଦିନେ ପୋଲ ନିର୍ମାଣ କରିବା ନିମନ୍ତେ ସମୃକ୍ତ ଠିକାଦାର ଏହାକୁ ଖୋଳିଦେଇଥିଲା । କାମକରିବାରେ ବିଳମ୍ବ କରିଚାଲିଥିଲା । ସ୍କୁଲ ଛାତ୍ରଛାତ୍ରୀ ଶିକ୍ଷକ ଶିକ୍ଷୟିତ୍ରୀ ଓ ଅଭିଭାବକ ମାନେ ଜାତାୟତ ନିମନ୍ତେ ବାଧାସୃଷ୍ଟି ହେଉଥିଲା । ଏହି ଖବର ମଧ୍ୟ ପ୍ରଶାରଣ କରାଯିବାର ୨୪ ଘଣ୍ଟା ମଧ୍ୟରେ ଉକ୍ତ ପୋଲ କାମ ଆରମ୍ଭ ହୋଇଛି । ଏ ନେଇ ଅଞ୍ଚଳ ବାସୀ ନିଆଳି ବିଧାୟକ ଡ. ପ୍ରମୋଦ କୁମାର ମଲ୍ଲିକଙ୍କୁ ଧନ୍ୟବାଦ ଜଣାଇବା ସହିତ ଖବର ପ୍ରସାରଣ କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.