fbpx

ରାଜଧାନୀରେ ମୁଖାପିନ୍ଧା ଆତଙ୍କ, ଆଉ ୪ ଗିରଫ

ଭୁବନେଶ୍ୱର, ୧୨ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ଅପରାଧୀ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ଗତ ୧୦ତାରିଖ ଦିନ ରାଜମହଲ ଛକ ସ୍ଥିତ ମାର୍କେଟ ବିଲ୍ଡିଂରେ ୩୦ଜଣ ଯୁବକ ମୁଖା ପିନ୍ଧି ୩୦ରୁ ଅଧିକ ଉଠା ଦୋକାନ ଭାଙ୍ଗିବା ସହ ଦୋକାନୀକୁ ପିଟିଥିଲେ । ଆଜି ମାର୍କେଟ ବିଲ୍ଡିଂରେ ଦୁର୍ବୁତ୍ତଙ୍କ ଗୁଣ୍ଡାରାଜ ମାମଲାରେ ବିଭିନ୍ନ ଜାଗାରେ ଚଢ଼ାଉ କରି ଆଉ ୪ଜଣଙ୍କୁ ଗିରଫ କରିଛି ପୋଲିସ । ଆସନ୍ତାକାଲି ୧୮ଜଣଙ୍କୁ ଗିରଫ କରିଥିଲା କ୍ୟାପିଟାଲା ଥାନା ପୋଲିସ । ଦୁମୃତ୍ତମାନେ ସଙ୍ଘବଦ୍ଧ ହୋଇ ମାରଣାସ୍ତ୍ର ଧରି ଦୋକାନୀମାନଙ୍କ ଉପରକୁ ଆକ୍ରମଣ କରିଥିଲେ ।

Get real time updates directly on you device, subscribe now.