fbpx

୪ ଦିନରେ ଧରାଶାୟୀ ହେଲା ଧାକଡ଼! ଚତୁର୍ଥ ଦିନରେ ପୁଣି କମିଲା ଆୟ

ମୁମ୍ବାଇ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ଼ର କଲେକ୍ସନକୁ ନେଇ ନିରାଶାଜନକ ଖବର ଆସିଛି । ଫିଲ୍ମ ଧାକଡ଼ ବକ୍ସ ଅଫିସରେ ଧରାଶାୟୀ ହୋଇଛି । ରିଲିଜର ୪ର୍ଥ ଦିନରେ ବି ଫିଲ୍ମର ନିରାଶାଜନକ ପ୍ରଦର୍ଶନ ରହିଛି ।

ଓପନିଙ୍ଗ ଠାରୁ ହିଁ କଙ୍ଗାନାଙ୍କ ଫିଲ୍ମ ନିରାଶ କରୁଛି । ମିଡିଆ ରିପୋର୍ଟ ଅନୂଯାୟୀ, ଧାକଡ଼ ୪ର୍ଥ ଦିନରେ କେବଳ ୩୦ ଲକ୍ଷ ଆୟ କରିଛି । ଫିଲ୍ମ ପ୍ରଥମ ଦିନରେ ୧.୨ କୋଟି ସହ ଓପନିଂ କରିଥିବାବେଳ । ଶନିବାର ୧.୫ କୋଟି ଆୟ କରିଥିଲା । ରବିବାର ୯୮ ଲକ୍ଷକୁ ଖସିଥିଲା ଏବଂ ସୋମବାର ୩୦ ଲକ୍ଷ ଆୟ କରିଛି । ସେପଟେ ଏଭଳି ଆୟ ଯୋଗୁଁ ଫିଲ୍ମର ଅଧାରୁ ଅଧିକ ସ୍କ୍ରିନିଂ କମ୍ ହୋଇଛି ।

କେବଳ ଦେଶ ନୁହେଁ କଙ୍ଗନାଙ୍କ ଫିଲ୍ମ ବିଦେଶରେ ବି ଫ୍ଲପ୍ ହୋଇଛି । ଓଭରସିଜରେ କଙ୍ଗନାଙ୍କ ଧାକଡ଼ ଫିଲ୍ମ ୨୦୨୨ ର ଲୋ ଓପନିଂ ୱିକେଣ୍ଡ ଗ୍ରୋସର ଭାବରେ ରହିଛି । ଓଭରସିଜରେ ଧାକଡ଼ ୩୦୦ ରୁ ଅଧିକ ସ୍କ୍ରିନରେ ରିଲିଜ୍ ହୋଇଥିଲା । ଦମଦାର ପ୍ରମୋସନ କ୍ୟାମ୍ପେନ ପରେ ବି ଏହି ଫିଲ୍ମ ଭଲ ପ୍ରଦର୍ଶନ କରିପାରିନାହିଁ । ସେପଟେ କଙ୍ଗାନାଙ୍କ ହେଟର୍ସମାନେ କଙ୍ଗନାଙ୍କ ଫ୍ଲପରେ ଖୁସି ମନାଉଛନ୍ତି । ଏହା କଙ୍ଗନାଙ୍କୁ ୪ର୍ଥ ବ୍ୟାକ୍ ଟୁ ବ୍ୟାକ୍ ଫ୍ଲପ୍ ଫିଲ୍ମ । ଏହା ପୂର୍ବରୁ ପଙ୍ଗା, ଜଜମେଣ୍ଟାଲ ହେ କ୍ୟା, ଥଲାଇବୀ ମଧ୍ୟ ଫ୍ଲପ୍ ହୋଇଥିଲା । ତେବେ ଆଗାମୀ ଫିଲ୍ମ ତେଜସ ଏବଂ ସୀତାରେ ନଜର ଆସିବାକୁ ଯାଉଛନ୍ତି କଙ୍ଗନା ।

Get real time updates directly on you device, subscribe now.