fbpx

ରାଜ୍ୟରେ ଆଉ ୫ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, ୨୨ା୭(ଓଡ଼ିଶା ଭାସ୍କର): ରାଜ୍ୟରେ ଆଜି ୨୮ ଜିଲ୍ଲାରୁ ରେକର୍ଡ଼ ସଂଖ୍ୟକ ୧୦୭୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଓଡ଼ିଶାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି । ମୃତ୍ୟୁ ହୋଇଥିବା ୫ଜଣଙ୍କ ମଧ୍ୟରେ ଗଞ୍ଜାମର ୩ଜଣ, ଗଜପତି ଓ କନ୍ଧମାଳରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରେ କରୋନା ଜନିତ ମୃତ୍ୟୁ ହୋଇଥିବା ୩ଜଣଙ୍କ ବୟସ ଯଥାକ୍ରମେ ୬୦,୬୧ ଓ ୪୦ବର୍ଷ । ଗଜପତିରେ ୭୨ବର୍ଷୀୟ ଓ କନ୍ଧମାଳରେ ୮୬ବର୍ଷୀୟ ବୃଦ୍ଧକଙ୍କ ମୃତ୍ୟୁ ଘଟିଛି । ସମସ୍ତେ କରୋନା ସହ ଅନ୍ୟ ରୋଗରେ ମଧ୍ୟ ପୀଡ଼ିତ ଥିଲେ ।ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.