fbpx
BSKY
BJD MC SKY
BJD YOUTH SKY

(Video) ହାଇୱା ଧକ୍କାରେ ୫ ଜଣଙ୍କ ମୃତ୍ୟୁ: ଭୋଜି ଖାଇ ଫେରୁଥିଲେ, ଘଟିଲା ଅଘଟଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସୁନ୍ଦରଗଡ଼ରୁ ଆସିଛି ଏକ ବଡ଼ ଖବର । ଗୋଟିଏ ହାଇୱା ଧକ୍କାରେ ୫ ଜଣଙ୍କର ଜୀବନ ଚାଲିଯାଇଛି । ଏଥିସହିତ ଦୁର୍ଘଟଣାରେ ଆଉ ଦୁଇଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୋଟିଏ ଅଟୋକୁ ଏକ ହାଇୱା ଧକ୍କା ଦେବା ଫଳରେ ଏହି ଅଘଟଣ ଘଟିଥିଲା । ସଦନର ଥାନା ତେଲେନଡିହି ଠାରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି ।

ସୂଚନା ମୁତାବକ, ଭୋଜି ଖାଇ ଫେରୁଥିବା ସମୟରେ ଘଟିଥିଲା ଏହି ଅଘଟଣ । ହାଇୱା ଡ୍ରାଇଭରର ଆଖି ଲାଗିଯିବାରୁ ତାହା ଅଟୋ ଉପରେ ଚଢ଼ି ଯାଇଥିଲା । ଫଳରେ ଅକାଳରେ ୫ ଜଣଙ୍କ ଜୀବନର ଦୀପ ଲିଭି ଯାଇଥିଲା ଓ ଅଟୋଟି ବିଲର ପଙ୍କ ଭିତରେ ପୋତି ହୋଇଯାଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପଙ୍କ ଭିତରୁ ଗୋଟିଏ ପରେ ଗୋଟିଏ ମୃତଦେହକୁ ବାହାର କରିବାକୁ ପଡ଼ିଥିଲା ।

ସୁନ୍ଦରଗଡ଼ର ଜିଲ୍ଲାରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣାକୁ ନେଇ ଏବେ ସ୍ଥାନୀୟ ଅଞ୍ଚଳରେ ଦୁଃଖର ଲହରୀ ଖେଳିଯାଇଛି । ଆଖି ପିଛୁଳାକେ ୫ଟି ଜୀବନ ଚାଲିଯାଇଛି । ଅଟୋରେ ଗୋଟିଏ ପରିବାରର ୭ ଜଣ ସଦସ୍ୟ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ କିରକେଲାରୁ ସୁନ୍ଦରଗଡ଼ ଅଭିମୁଖେ ଫେରୁଥିଲେ । ତେବେ ବିଧିର ବିଧାନ ଥିଲା ବଡ଼ ବିଚିତ୍ର । ରାସ୍ତାରେ ଯେ ଯମ ଜଗି ରହିଛି ତାହା କିଏ ବା ଜାଣିଥିଲା? ସଦର ଥାନା ତେଲେନଡିହି ପଟୁ ଆସି ଅଟୋକୁ ଏକ ହାଇୱା ପିଟିଥିଲା । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଗୁରୁତର ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳରେ ଚିକିତ୍ସିତ ହେଉଛନ୍ତି ।

Get real time updates directly on you device, subscribe now.