ମହାରାଷ୍ଟ୍ରରୁ ଓଡ଼ିଶା ଅଭିମୁଖେ ୫ ଇଲେକ୍ଟ୍ରିକ୍ ଡବଲ୍ ଡେକର ବସ୍, ଏଥିରେ ବୁଲିବେ ପ୍ରବାସୀ ଭାରତୀୟ

ଭୁବନେଶ୍ବର: ଡବଲଡେକର ବସକୁ ନେଇ ଆଉ ଏକ ବଡ ଅବଡେଟ୍ ଦେଲା କ୍ରୁଟ । ମହାରାଷ୍ଟ୍ରରୁ ଓଡ଼ିଶା ଅଭିମୁଖେ ୫ଟି ଇଲେକ୍ଟ୍ରିକ୍ ଡବଲ୍ ଡେକର ବସ୍ ଆସୁଥିବା ସୂଚନା । ସେଥିମଧ୍ୟରୁ ୨ଟି ବସ୍ ମଧ୍ୟରାତ୍ରୀ କିମ୍ବା କାଲି ଭୁବନେଶ୍ୱର ପହଞ୍ଚିବ । ଏନେଇ କ୍ରୁଟ୍ ପକ୍ଷରୁ ହିଁ ସୂଚନା ଦିଆଯାଇଛି । କ୍ରୁଟ ପକ୍ଷରୁ କୁହାଯାଇଛି ଯେ, ୨୮ରେ ୨ଟି, କାଲି ଗୋଟିଏ ଓ ଆଜି ଆଉ ୨ଟି ବସ୍ ଓଡ଼ିଶା ବାହାରିଛି । ପ୍ରତି ଡବଲ୍ ଡେକର୍ ବସ୍‌ରେ ଡ୍ରାଇଭରଙ୍କୁ ମିଶାଇ ୬୪ଜଣ ବସି ପାରିବେ । ଏହି ବସର ବ୍ୟାଟେତରୀ ୨୪୦ କିଲୋୱାଟର ହୋଇଥିବା ବେଳେ ଏହି ବସକୁ ଥରେ ଚାର୍ଜରେ ୧୫୦ କିମି ଚାଲିବ । ପ୍ରାରମ୍ଭିକ ଭାବେ ପ୍ରବାସୀ ଭାରତୀୟଙ୍କୁ ବୁଲାଇବ ଡବଲ୍ ଡେକର ବସ୍ । ପରେ କଟକ, ଭୁବନେଶ୍ୱର ଓ ପୁରୀକୁ ଚଳାଇବାକୁ କ୍ରୁଟ୍‌ର ଯୋଜନା ହୋଇଥିବା ସୂଚନା ରହିଛି ।

ଚଳିତ ଥର ଭୁବନେଶ୍ବରରେ ପ୍ରବାସୀ ଭାରତୀୟ ଦିବସ ଆୟୋଜିତ ହେବାକୁ ଯାଉଛି । ଯେଉଁ ଏନଆରଆଇମାନେ ବାହାରେ ରୁହନ୍ତି ସେମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ବର୍ଷ ଡାକିଥାନ୍ତି । ଚଳିତ ବର୍ଷ ଭୁବନେଶ୍ବରରେ ଏହା 8ରୁ 10 ତାରିଖ ଯାଏ ଆୟୋଜିତ ହେବାକୁ ଥିବା ବେଳେ ସେମାନଙ୍କୁ ନେବା ଆଣିବା କରିବ ଏହି ଡବଲ ଡେକର ବସ୍ ।