ନୂଆବର୍ଷ ପାଇଁ ୫ଟି ଜରୁରୀ ଜୀବନ ଶିକ୍ଷା, ହାତୀଙ୍କ ଠାରୁ ଆମେ ଶିଖିପାରିବେ ବୋଲି କହିଲେ IAS ଅଫିସର

ହାତୀ ଦେଖିବାକୁ ବିଶାଳ ଏବଂ ଶକ୍ତିଶାଳୀ ଅଟେ, ହେଲେ ଆପଣ ଜାଣିଛନ୍ତି କି ହାତୀ ସବୁଠାରୁ ବୁଦ୍ଧିମାନ ଏବଂ କୋମଳ । ଏହି ମନମୋହକ ଏବଂ କୌତୁହଳପୂର୍ଣ୍ଣ ହାତୀ ଅସାଧାରଣ ରୂପରେ ଭଗବାନଙ୍କ ଏକ ବିସ୍ତୃତ ଶୃଙ୍ଖଳାକୁ ଅନୁଭବ କରିବା ପାଇଁ ଏବଂ ବୁଝିବା ପାଇଁ ସକ୍ଷମ ଅଟେ । ପାରିବାରିକ ସମ୍ପର୍କକୁ ହାତୀ ହୃଦୟଙ୍ଗମ କରିଥାଏ ଏବଂ ସେ ପ୍ରଖର ବୁଦ୍ଧିମାନ ମଧ୍ୟ । ସେଥିପାଇଁ ସ୍ୱାଭାବିକ ଅର୍ଥରେ, ହାତୀଠାରୁ ଶିକ୍ଷିବା ପାଇଁ ବହୁତ କିଛି କଥା ଅଛି ।

ହାତୀମାନଙ୍କର ଏହି ଗୁଣକୁ ଗୁରୁତ୍ୱ ଦେଇ ଜଣେ ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ସେମାନଙ୍କ ଦୁଇଟି ସୁନ୍ଦର ଭିଡିଓ ପୋଷ୍ଟ କରିଥିଲେ ଏବଂ ଟ୍ୱିଟରରେ ଏକ ମଧୁର ଏବଂ ଗଭୀର ବାର୍ତ୍ତା ଲେଖିଥିଲେ। ନୂଆ ବର୍ଷ ହେବାକୁ ଆଉ କିଛି ଦିନ ବାକି ଥିବାବେଳେ ଅଫିସର ସୁପ୍ରିୟା ସାହୁ ହାତୀମାନଙ୍କଠାରୁ ଶିଖିଥିବା ୫ଟି ଜରୁରୀ ଜୀବନ ଶିକ୍ଷା ତାଲିକାଭୁକ୍ତ କରିଛନ୍ତି ।

ସେ ଲେଖିଛନ୍ତି ଯେ, ୧) ଭାରୀ ଓଜନ ହେଲେ ଚାରିପଟୁ ଭାର ବହନ କରନାହିଁ । ୨) ବୁଦ୍ଧିଜୀବୀ କିନ୍ତୁ ମନରେ କୌଣସି ଛଳନା ନାହିଁ । ୩) ଶକ୍ତିଶାଳୀ ହେଲେ ନିଜକୁ ସଂଯମିତ ରଖେ । ୪) ମାଟିିରେ ଲୋଟିବା ହେଲେ ବହୁ ସମୟ ପର୍ଯ୍ୟନ୍ତ ଗାଧୋଇବା । ୫) ହୃଦୟ ଯାହା ହେଉ କିନ୍ତୁ ବହୁତ ବାଟ ପର୍ଯ୍ୟନ୍ତ ଯିବ । ସୁପ୍ରିୟା ଟ୍ୱିଟ କରିବା ସହ ଟ୍ୟାଗ କରିଥିଲେ ଆଇଏଫଏସ ଅଫିସର ପରବିନ କାସୱାନଙ୍କୁ । ସେ ମଧ୍ୟ ହାତୀ ଉପରେ କିଛି ଶିକ୍ଷଣୀୟ ମତ ଦେଇଛନ୍ତି । ପ୍ରକୃତରେ କହିବାକୁ ଗଲେ ପରବିନ ଏବଂ ସୁପ୍ରିୟା ୨ଜଣ ବନ୍ୟ ଜୀବନ ସହ ଜଡିତ ତଥ୍ୟକୁ ଟ୍ୱିଟ କରନ୍ତି ।

ଏହି ତାଲିକାକୁ ଆଗକୁ ନେବାକୁ କାସୱାନ୍ ଅଧିକ ସମୟ ନେଇନଥିଲେ ଏବଂ ହାତୀମାନଙ୍କ ଏକ ସୁନ୍ଦର ଚିତ୍ର ତଳେ ଲେଖିଥିଲେ, ଯେଉଁଥିରେ ସେମାନଙ୍କଠାରୁ ଶିଖାଯାଇପାରିବ, ‘ପରିବାର ସର୍ବପ୍ରଥମେ’ ।