fbpx

ବିଳମ୍ବିତ ରାତିରେ ଜଗି ରହିଥିଲା ଯମ: ଗୋଟିଏ ବାଇକରେ ଯାଉଥିଲେ ୬ ଜଣ, ଶିଶୁକୁ ଛାଡ଼ି ଅନ୍ୟ ସମସ୍ତେ ଆରପାରିରେ

ନୂଆଦିଲ୍ଲୀ: ମୃତ୍ୟୁ କେତେବେଳେ ଆଉ କେଉଁ ରୂପରେ ଆସିବ ତାହା କେହି ବି କହି ପାରିବେ ନାହିଁ । ବିଶେଷ କରି ଆଜିକାଲି ସଡ଼କ ଦୁର୍ଘଟଣାରେ ଅକାଳରେ ଅନେକଙ୍କର ଜୀବନ ଚାଲିଯିବା ସହିତ ଅନେକ ପରିବାର ମଧ୍ୟ ସର୍ବସ୍ୱାନ୍ତ ହୋଇଯାଉଛି । ତେବେ ଏହା ମଧ୍ୟରେ ରାଜସ୍ଥାନରେ ଦେଖିବାକୁ ମିଳିଛି ଏକ ଦୁଃଖଭରା ଘଟଣା । ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କର ଅକାଳ ବିୟୋଗ ଘଟିଛି । ଚିତ୍ତୌଡ଼ଗଡ଼ର ନିମ୍ବାହେଡ଼ା ନିକଟରେ ଏହି ଭୀଷଣ ଦୁର୍ଘଟଣା ଘଟିଥିଲା ।

ଜଣାପଡ଼ିଛି ଯେ, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଅଘଟଣ ଘଟିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରିଥିଲା । ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଓ ୩ ଜଣ ପୁରୁଷ ଥିବା ଜଣାପଡ଼ିଛି । ଗୋଟିଏ ବାଇକରେ ୬ ଜଣ ସଦସ୍ୟ ବସି ଯାଉଥିଲେ ବୋଲି ଜଣାପଡ଼ିଛି । ଛୋଟ ଶିଶୁକୁ ଛାଡ଼ି ପରିବାରର ଅନ୍ୟ ସମସ୍ତ ସଦସ୍ୟ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜଣାପଡ଼ିଛି । ଦୁର୍ଘଟଣା ସ୍ଥଳରେ ମୃତକଙ୍କ କ୍ଷତ ବିକ୍ଷତ ଶବଗୁଡ଼ିକ ବିକ୍ଷିପ୍ତ ହୋଇ ପଡ଼ିରହିଥିଲା । ବାଇକଟିକୁ କୌଣସି ଅଜଣା ଗାଡ଼ି ପିଟି ଚାଲିଯାଇଥିବା କୁହାଯାଉଛି । ଭାବଲିୟା ନିକଟସ୍ଥ ଚିତ୍ତୌଡ଼ଗଡ଼-ନିମ୍ବାହେଡ଼ା ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ପୋଲିସ ଘଟଣାର ଯାଞ୍ଚ କରୁଥିବା ଜଣାପଡ଼ିଛି ।

Get real time updates directly on you device, subscribe now.