‘Special 26’ ଷ୍ଟାଇଲ୍ ରେ ଚୋରି, ଇରାନୀ ଗ୍ୟାଙ୍ଗର ୫ଜଣ ବନ୍ଧାହେଲେ

ନୂଆଦିଲ୍ଲୀ: ସିବିଆଇ ବେଶରେ ଆସି ଅପରାଧିକ କାର୍ଯ୍ୟ କରୁଥିବା ଇରାନୀ ଗ୍ୟାଙ୍ଗ ସହ ଜଡ଼ିତ ୫ ଜଣକୁ ଗିରଫ କରିଛି ଦିଲ୍ଲୀ ପୋଲିସ । ଏମାନଙ୍କ ଉପରେ  ଦିଲ୍ଲୀ ସହ ଉତ୍ତର ପ୍ରଦେଶ ଏବଂ ପଶ୍ଚିମରେ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇଛି । ପୋଲିସ ଏମାନଙ୍କ ପାଖରୁ ୫ ନକଲି ସିବିଆଇ ଆଇଡି କାର୍ଡ ମଧ୍ୟ ଜବତ କରିଛି ।

ସେଣ୍ଟ୍ରାଲ ଦିଲ୍ଲୀ ଡିସିପି ଜସମୀତ ସିଂହ କହିଛନ୍ତି ରବିବାର ଇରାନୀ ଗ୍ୟାଙ୍ଗର ୫ ସଦସ୍ୟଙ୍କୁ ଗିରଫ କରିଯାଇଛି । ସମସ୍ତେ ମଧ୍ୟ ପ୍ରଦେଶର ଭୋପାଳରେ ରହୁଥିଲେ । କରୋଲବାଗରେ ଏମାନେ ୪ଟି ଅପରାଧିକ ଘଟଣା ଘଟାଇଛନ୍ତି । ଏମାନଙ୍କ ନାମରେ ୨୫ରୁ ଅଧିକ ମାମଲା ରୁଜୁ ହୋଇଛି । ଡିସିପି କହିଛନ୍ତି ଜୁନ୍ ୨୭ରେ କରୋଲବାଗର ବ୍ୟାଙ୍କ ଷ୍ଟ୍ର୍ରିଟରେ ସିବିଆଇ ବେଶରେ ଆସି କିଛି ଲୋକ ୩୦୦ ଗ୍ରାମ ସୁନା ଗହଣା ନେଇଯାଇଥିବା ଘଟଣା ପିସିଆର ଦ୍ୱାରା ପୋଲିସକୁ ସୂଚନା ମିଳିଥିଲା । ପଚରା ଉଚରା ପରେ ଜଣାପଡ଼ିଥିଲା ଯେ ଫିଲ୍ମ ‘ସ୍ପେଶାଲ ୨୬’ ଷ୍ଟାଇଲରେ ନିଜକୁ ସିବିଆଇ ଅଧିକାରୀ କହୁଥିବା ୪-୫ଜଣ ଲୋକ ଜଣେ ଜ୍ୱେଲରୀ କର୍ମଚାରୀଙ୍କ ପାଖରେ ପହଞ୍ଚିଥିଲେ ଏବଂ ତାଙ୍କ ବ୍ୟାଗ ଯାଞ୍ଚ କରିବା ବାହାନାରେ ତାଙ୍କଠାରୁ ପ୍ରାୟ ୩୦୦ ଗ୍ରାମ ସୁନା ଚେନ ନେଇଯାଇଥିଲେ ।

ଏହି ମାମଲାରେ ପୋଲିସ ଏଫଆଇଆର ରୁଜୁ କରିବା କରିବା ସହ କରୋଲବାଗରେ ଏବଂ ଘଟଣା ସ୍ଥଳର ଏକ କିଲୋମିଟର ମଧ୍ୟରେ ଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରିଥିଲେ, ଯେଉଁଥିରେ ୫ ସନ୍ଦିଗ୍ଧଙ୍କ ଜଣାପଡ଼ିଥିଲା । ସିସିଟିଭି ଫୁଟେଜରୁ ସେମାନେ ଇରାନୀ ଗ୍ୟାଙ୍ଗର ଲୋକ ବୋଲି ପୋଲିସ ସନ୍ଦେହ କରିଥିଲା । ଖୋଳତାଡ଼ କରିବା ପରେ ପୋଲିସ ଜାଣିବାକୁ ପାଇଥିଲାଯେ ସବୁ ଅଭିଯୁକ୍ତ ଭୋପାଳର ଏବଂ ସେମାନେ ଦିଲ୍ଲୀ ଆସିଥିଲେ ଏହି କାରନାମା କରିବାକୁ । ଏହାରି ମଧ୍ୟରେ ଅଗଷ୍ଟ ୧ରେ ପୋଲିସକୁ ସୂଚନା ମିଳିଥିଲା ଯେ ସେମାନେ ଟ୍ରେନରେ ଆଲାହାବାଦ ଯାଉଛନ୍ତି । ଏହାପରେ ପୋଲିସ ସତର୍କତାର ସହ ସେମାନଙ୍କୁ ଝାନ୍ସୀ ଟ୍ରେନରୁ ଗିରଫ କରିଥିଲା ।