fbpx

ଏବେ ୫ ପୃଷ୍ଠା ବିଶିଷ୍ଟ ଫର୍ମ ଭରୁଛନ୍ତି ବିଜେପି ପ୍ରାର୍ଥୀ, କ’ଣ ରହିଛି ପ୍ଲାନ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ୨୦୨୪ ଫଳାଫଳ ଆସିବା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ସରକାର ଗଠନ ଲାଗି ପ୍ରସ୍ତୁତି ଆରମ୍ଭ କରିଦେଲେଣି । ବିଜେପି ଦଳର ଲୋକସଭା ପ୍ରାର୍ଥୀଙ୍କ ପୁରା ବିବରଣୀ ମଗାଇଛନ୍ତି । ସମସ୍ତ ପ୍ରଦେଶ ଅଧ୍ୟକ୍ଷଙ୍କ ଠାରୁ ସୂଚନା ମଗାଯାଇଛି । ବିଜେପି ଫିଡବ୍ୟାକ ମେକାନିଜିମ୍ ଜରିଆରେ ଏହାର ସମସ୍ତ ପ୍ରାର୍ଥୀଙ୍କ ବିଷୟରେ ସୂଚନା ସଂଗ୍ରହ କରୁଛି । ସମସ୍ତ ପ୍ରାର୍ଥୀଙ୍କ ୫ ପୃଷ୍ଠା ବିଶିଷ୍ଟ ଏକ ଫର୍ମ ଦିଆଯାଇଛି ଯାହାକୁ ଭରି ହାଇକମାଣ୍ଡଙ୍କୁ ଦେବାର ଅଛି ।

ମିଳିଥିବା ସୂତ୍ରରୁ ଜଣାଯାଇଛି ଦଳ ଏହି ସୂଚନାର ପ୍ରୟୋଗ ମନ୍ତ୍ରୀମଣ୍ଡଳ ଗଠନ ଲାଗି ମଧ୍ୟ କରିପାରେ । ଅଧାରୁ ଅଧିକ ପ୍ରାର୍ଥୀ ନିଜ ବିଷୟରେ ସୂଚନା ପଠାଇ ସାରିଛନ୍ତି । ଏଥିରେ ପ୍ରାର୍ଥୀଙ୍କର ସଂଘ ସହ ସଂପର୍କ, ଜାତି-ସମୁଦାୟ, ପାରିବାରିକ ପୃଷ୍ଠଭୂମି ଓ ପରିବାରର ଅନ୍ୟ ସଦସ୍ୟଙ୍କ ବିଷୟରେ ବି ସୂଚନା ମଗାଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଲୋକସଭା ନିର୍ବାଚନ ୨୦୨୪ର ଏକଜିଟ୍ ପୋଲ୍‌ରେ ସମସ୍ତ ଏଜେନ୍ସୀ ଏନଡିଏର ବମ୍ପର ବହୁମତ ନେଇ ସଂକେତ ଦେଇଛନ୍ତି । ଏପରି ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେପି ଆଗାମୀ ସରକାର ଗଠନକୁ ନେଇ ସଂପୂର୍ଣ୍ଣ ଭାବରେ ଆଶ୍ୱସ୍ତ ।

Get real time updates directly on you device, subscribe now.