fbpx

ଘରୁ ଜବତ ହେଲା ୫ଜଣଙ୍କ ମୃତଦେହ, ୯ ବର୍ଷର ପିଲା ବି ସାମିଲ

ବେଙ୍ଗାଲୁରୁ: ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ମୃତୂ ଠାବ ହୋଇଛନ୍ତି । ଏଥିରେ ଚାରି ଜଣ ବୟସ୍କ ରହିଥିବା ବେଳେ ଗୋଟିଏ ୯ ମାସର ପିଲା ବି ସାମିଲ ରହିଛି । ଶୁକ୍ରବାର ଦିନ ସେମାନଙ୍କ ମୃତ ଦେହ ତାଙ୍କ ଘରୁ ଠାବ ହୋଇଛି । ବେଙ୍ଗାଲୁରୁର ବ୍ୟାଦରହଲ୍ଲୀ ପୋଲିସ୍ ଏନେଇ ସୂଚନା ଦେଇଛି । ସମସ୍ତଙ୍କ ମୃତ ଶରୀର କ୍ଷତବିକ୍ଷତ ଅବସ୍ଥାରେ ପଡ଼ିଥିବା ପୋଲିସ୍ କହିଛି ।

ପୋଲିସ୍ ର କହିବା ମୁତାବକ, ଚାରି ଦିନ ପୂର୍ବରୁ ଏମାନଙ୍କ ମୃତ୍ୟୁ ହୋଇଯାଇଛି । ମୃତ୍ୟୁର କାରଣ ଆତ୍ମହତ୍ୟା ବୋଲି ଆଶଙ୍କା କରାଯାଉଛି । ମୃତକ ମାନେ ହେଲେ ଭାରତୀ(୫୧), ତାଙ୍କ ଝିଅ ସିଞ୍ଚନା(୩୪), ସିନ୍ଧୁରାଣୀ(୩୪), ତାଙ୍କ ପୁଅ(୨୫) ଏବଂ ଗୋଟିଏ ଛୋଟ ପିଲା । ଘରୁ ଗୋଟିଏ ଦୁଇବର୍ଷର ଛୁଆ ବି ମିଳିଛି । ତାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ୍ ଏବେ ଏହି ଘଟଣାର ତଦନ୍ତ କରୁଛି । ଘର ମାଲିକ ଶୁକ୍ରବାର ଦିନ ପୋଲିସ୍ କୁ ଏସମ୍ପର୍କରେ ସୂଚନା ଦେଇଥିଲେ । ଏ ସମୟରେ ସେ ପୋଲିସ୍ କୁ କହିଥିଲେ ଯେ, ଭଡ଼ାଟିଆ ଫୋନ୍ ଉଠାଉ ନାହାନ୍ତି ଏବଂ ଘରେ ବି ତାଲା ଝୁଲୁଛି ।

Get real time updates directly on you device, subscribe now.