fbpx

(Video) ରେଷ୍ଟୁରାଣ୍ଟରେ ମାଉଥ୍ ଫ୍ରେସନର ଖାଇ ରକ୍ତ ବାନ୍ତି କଲେ ୫ ଜଣ ଗ୍ରାହକ, ଏଥିରେ ୨ ଗୁରୁତର: ଦେଖନ୍ତୁ, ଭିଡିଓ

ଓଡିଶା ଭାସ୍କର: ହରିୟାଣାର ଗୁରୁଗ୍ରାମରେ ଦେଖିବାକୁ ମିଳିଛି ଏକ ଆଶ୍ଚର୍ଯ୍ୟଜନକ ଘଟଣା। ସେଠାରେ ଥିବା ଏକ ରେଷ୍ଟୁରାଣ୍ଟରେ ମାଉଥ୍ ଫ୍ରେସନର ଖାଇ ୫ ଜଣ ଗ୍ରାହକ ଅସୁସ୍ଥ ହୋଇଛନ୍ତି।ଏହାପରେ ସମସ୍ତ ଅସୁସ୍ଥଙ୍କୁ ତୁରନ୍ତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ପୀଡିତମାନଙ୍କ ଅଭିଯୋଗ ମୁତାବକ ବର୍ତ୍ତମାନ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଖେଡ଼କିଦୌଲା ସେକ୍ଟର-୯୦ରେ ଥିବା ଏକ ରେଷ୍ଟରୁାଣ୍ଟାକୁ ଅଙ୍କିତ କୁମାର ନାମକ ବ୍ୟକ୍ତି ଓ ତାଙ୍କ ପତ୍ନୀ ଏବଂ ବନ୍ଧୁମାନେ ପାର୍ଟି କରିବାକୁ ଯାଇଥିଲେ। ତେବେ ପାର୍ଟି ସାରି ସମସ୍ତେ ଖାଦ୍ୟ ଖାଇବା ପରେ ଉକ୍ତ ରେଷ୍ଟୁରାଣ୍ଟ ଷ୍ଟାଫଙ୍କ ପକ୍ଷରୁ ତାଙ୍କୁ ମାଉଥ୍ ଫ୍ରେସନର ଅଫର କରାଯାଇଥିଲା। ହେଲେ ସେହି ମାଉଥ୍ ଫ୍ରେସନର ଖାଇବା ପରେ ସଙ୍ଗେ ସଙ୍ଗେ ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା ବୋଲି ଅଭିଯୋଗ ହୋଇଛି। ଏମିତି କି, ଦେଖୁ ଦେଖୁ ସମସ୍ତଙ୍କ ପାଟିରୁ ରକ୍ତ ମଧ୍ୟ ବାହାରିଥିଲା। ମାତ୍ର ସେଠାରେ ଛିଡା ହୋଇ ରେଷ୍ଟୁରାଣ୍ଟ ସଞ୍ଚାଳକ ଓ ତାଙ୍କର ଷ୍ଟାଫ ଏସବୁ ଦେଖୁଥିଲେ। ଯାହାର ଭିଡିଓ ମଧ୍ୟ ଏବେ ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଥିବା ଦେଖିବାକୁ ମିଳୁଛି। ତେବେ ଘଟଣା ସମ୍ପର୍କରେ ଗ୍ରାହକ ଅଙ୍କିତ ଗୁରୁଗ୍ରାମ ପୋଲିସକୁ ଅଭିଯୋଗ କରି ଜଣାଇଥିଲେ। ଏହାପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପୀଡିତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଇଥିଲେ।

ତେବେ ଖବର ଅନୁଯାୟୀ, ସମସ୍ତ ପାଞ୍ଚ ଜଣ ପୀଡିତଙ୍କୁ ମଧ୍ୟରୁ ଦୁଇଜଣ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଅଛନ୍ତି, ଯାହା ବିଷର ଗମ୍ଭୀରତାକୁ ଦର୍ଶାଉଛି।

Get real time updates directly on you device, subscribe now.