fbpx

ପଞ୍ଜାବରେ ସିଦ୍ଧୁଙ୍କୁ ଝଟକା: ବିଜେପିରେ ସାମିଲ ହେଲେ ଅମ୍ରିତସର କଂଗ୍ରେସ କର୍ମୀ

ନୂଆଦିଲ୍ଳୀ: ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା । ହାତ ଛାଡିଲେ ୫ କଂଗ୍ରେସ କର୍ମୀ । ଅମ୍ରିତସରରୁ ଏହି ୫ ଜଣ କର୍ମୀ ହାତ ଛାଡି ଗେରୁଆ ଦଳର ହାତ ଧରିଛନ୍ତି । ବିଧାୟକ ଭାବରେ କଂଗ୍ରେସ ପ୍ରଦେଶ ମୁଖ୍ୟ ନଭଜୋତ ସିଂ ସିଦ୍ଧୁ ଅମ୍ରିତସରରୁ ନିର୍ବାଚନ ଲଢୁଛନ୍ତି । ଏପରି ସ୍ଥିତିରେ ୫ ଜଣ ବରିଷ୍ଠ କର୍ମୀ ଦଳ ଛାଡିବା ଚିନ୍ତାର ବିଷୟ ପାଲଟିଛି । ଇସ୍ତଫା ଦେଇଥିବା ୫ ଜଣଙ୍କ ମଧ୍ୟରେ ଅମ୍ରିତସର ଜିଲ୍ଲା କଂଗ୍ରେସ ସଭାପତି ଭଗୱନ୍ତପାଲ ସିଂ ଥିବା ଜଣାପଡିଛି ।

ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ତରୁଣ ଚୁଘଙ୍କ ଉପସ୍ଥିତିରେ ଏହି ୫ କର୍ମୀ ବିଜେପିରେ ଯୋଗ ଦେଇଥିଲେ । ପଞ୍ଜାବକୁ କଂଗ୍ରେସ ମୁକ୍ତ କରିବାରେ ଏହା ପ୍ରଥମ ପଦକ୍ଷେପ ବୋଲି ଚୁଘ କହିଥିଲେ । ଭଗୱନ୍ତପାଲ ସିଂଙ୍କ ବ୍ୟତିତ ପ୍ରଦୀପ ସିଂ ଭୁଲ୍ଲର, ରତ୍ତନ ସିଂ ସୋହାଲ, ପରମଜିତ୍ ସିଂ ରନ୍ଧାୱା ଏବଂ ତାଜିନ୍ଦର ପାଲ ସିଂ ବିଜେପିରେ ଯୋଗ ଦେଇଛନ୍ତି ।

Get real time updates directly on you device, subscribe now.