fbpx

ତପସ୍ୱିନୀଙ୍କ କମାଲ: ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଆଣିଲେ ସୁନାମ see Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର):ଚମକିଲେ ତପସ୍ୱନୀ । ଓଡିଶା ପାଇଁ ଆଣିଲେ ଗୌରବ । ହାତେଇଲେ ମିସେସ ମହାରାଷ୍ଟ୍ର ଟ୍ର୍ୟାଲେଣ୍ଟ ସମ୍ମାନ । ଝିଅମାନଙ୍କ ବିଭିନ୍ନ ସମସ୍ୟାକୁ ଅଭିନୟମାଧ୍ୟମରେ ପ୍ରଦର୍ଶନ କରି ଗଂଜାମର ଓଡ଼ିଆ ବୋହୂ ତପସ୍ୱନୀ ବରଡ଼ା ଓଡିଶାର ନାଁ ଉଜଜ୍ୱଳ କରିଛନ୍ତି । ତପସ୍ୱନୀ ହେଉଛନ୍ତି ଗଂଜାମ ପୁରୁଷୋତ୍ତମପୁର ବ୍ଲକ ଅନ୍ତେରୀ ଗାଁର ବାସିନ୍ଦା । ସେ ତାଙ୍କ ସ୍ୱାମୀଙ୍କ ସହ ନିଜ ଛୋଟ ପୁଅକୁ ନେଇ ବାଙ୍ଗାଲୁରୁରେ ରହିଆସୁଛନ୍ତି । ତେବେ ଗଂଜାମର ବିଜୟ ନାୟକଙ୍କ ଝିଅ ତପସ୍ୱନୀ ଛୋଟ ବେଳୁ କିଛି କରିବା ଲକ୍ଷ୍ୟ ରଖିଲେ ସୁଦ୍ଧା ଏଥିନାଇଁ ତାଙ୍କୁ ସୁଯୋଗ ମିଳିନଥିଲା । ହେଲେ କରୋନା ତାଙ୍କ ଜୀବନରେ ଏକ ସୁବର୍ଣ୍ଣ ସୁଯୋଗ ଆଣିଦେଇଥିବେ ତପସ୍ୱନୀ କହିଛନ୍ତି । ଏହା ସହ ତାଙ୍କ ଜୀବନରେ ଏକ ବଡ ପରିବର୍ତ୍ତନ ଆସିଛି ।

ଡେଲି ଲାଇଭରେ ଝିଅମାନେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ତେବେ ଏହି ମାନଙ୍କ ଏହି ସବୁ ସମସ୍ୟାକୁ ନେଇ ସେ ଅଭିନୟ ମାଧ୍ୟୃମରେ ଏହାକୁ ଦର୍ଶାଇଥିଲେ । ଏଥି ପାଇଁ ତାଙ୍କୁ ମାତ୍ର ୨ ମିନ୍ଖଙ୍କ ସମୟ ମିଳିଥିଲା । ଆଉ ଏହି ଦୁଇ ମିନିଟ ସମୟରେ ସେ ଖୁବ ଭଲ ପରଫରମାନ୍ସ କରିଥିଲେ । ଯାହାକି ଏହା ଜଜ୍ ମାନଙ୍କୁ ଖୁବ ମୁଗ୍ଧ କରିଥିଲା । ତପସ୍ୱନୀଙ୍କ ଅଭିନୟ ଜଜ୍ମାନଙ୍କୁ ଏତେ ପସନ୍ଦ ଆସିଥିଲା ଯାହା ତପସ୍ୱନୀଙ୍କୁ ବିଜୟ ମୁକୁଟ ଆଣିଦେଇଥିଲା । ତେବେ ଏହି ସମ୍ମାନ ହାତେଇବା ପରେ ଏବେ ଓଡିଶା ପାଇଁ ଗର୍ବ ପାଲଟିଛନ୍ତି ତପସ୍ୱନୀ ।

Get real time updates directly on you device, subscribe now.