fbpx

ରଜୌରୀ ଆତଙ୍କୀ ଆକ୍ରମଣରେ ୫ ଯବାନ ସହିଦ: ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ନୂଆଦିଲ୍ଲୀ: କାଶ୍ମୀର ରଜୌରୀ ଆତଙ୍କୀ ଆକ୍ରମଣରେ ୫ ଜଣ ଯବାନ ସହିଦ ହୋଇଛନ୍ତି । ଗୁରୁତର ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମେଡିକାଲରେ ପ୍ରାଣ ହରାଇଛନ୍ତି ୩ ଜଣ ବୀର ଯବାନ । ପୂର୍ବରୁ ଆତଙ୍କବାଦୀଙ୍କ ଆକ୍ରମଣରେ ୨ ଯବାନ ସହିଦ ହୋଇଥିଲେ । ବର୍ତ୍ତମାନ ଆଉ ୩ ଜଣ ଯବାନ ଚିକିତ୍ସା ଚାଲିଥିବା ବେଳେ ସହିଦ ହୋଇଛନ୍ତି । ଆତଙ୍କବାଦୀଙ୍କ ବିରୋଧରେ ଏକ ମିଳିତ ଅପରେସନ ଜାରି ରଖିଥିବା ବେଳେ ଆତଙ୍କୀ ହମଲାର ଶିକାର ହୋଇଥିଲେ ଭାରତୀୟ ଯବାନ ।

ସୂଚନା ଅନୁସାରେ, କାଣ୍ଡି ଜଙ୍ଗଲରେ ଅପରେସନ କରୁଥିବା ବେଳେ କିଛି ଆତଙ୍କବାଦ ଯବାନଙ୍କ ଉପରେ ଆକ୍ରମଣ କରିଥିଲେ । ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଥିଲେ । ତେବେ ସେମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଏହି ୩ ଜଣ ଯବାନ୍ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସହିଦ ହୋଇଛନ୍ତି ।

Get real time updates directly on you device, subscribe now.