fbpx

ରାଜ୍ୟ ଭିତରେ ଚାଲିବ ୫ଟି ସ୍ୱତନ୍ତ୍ର ଟ୍ରେନ

ଭୁବନେଶ୍ୱର, ୨ା୬(ଓଡ଼ିଶା ଭାସ୍କର): ରାଜ୍ୟ ଭିତରେ ଚଳାଚଳ କରିବ ୫ଟି ସ୍ୱତନ୍ତ୍ର ଟ୍ରେନ । ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ,ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର, ସମ୍ବଲପୁର-ଖୋର୍ଦ୍ଧା ରୋଡ଼ ସମ୍ବଲପୁର, ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱରକୁ ସ୍ୱତନ୍ତ୍ର ଟ୍ରେନ ଗଡ଼ିବ । ୫ଟି ସ୍ୱତନ୍ତ୍ର ଟ୍ରେନ ସପ୍ତାହକୁ ୫ ଦିନ ଚଳାଚଳ କରିବ । ଯାତ୍ରୀ ଆଇଆରସିଟିସି ୱେବସାଇଟରୁ ଟିକେଟ୍ ବୁକିଂ କରିପାରିବେ । ଟିକେଟ୍ କରିଥିବା ଯାତ୍ରୀ କେବଳ ଟ୍ରେନରେ ଯାତ୍ରା କରିପାରିବେ । ଜୁନ୍ ୮ରୁ ଜୁନ୍ ୩୦ ଯାଏଁ ଚଳପ୍ରଚଳ କରିବ ଟ୍ରେନ୍ । ଶନିବାର ଓ ରବିବାର ଲୋକାଲ ଟ୍ରେନ ଚଳାଚଳ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.