fbpx

ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ 5-T ସଚିବ

ସୁଆଣ୍ଡୋ(ଓଡ଼ିଶା ଭାସ୍କର): ଉତ୍କଳମଣି ଗୋପବନ୍ଧୁଙ୍କ ଜନ୍ମସ୍ଥାନ ସୁଆଣ୍ଡୋରେ ପହଞ୍ଚିଛନ୍ତି ୫-ଟି ସଚିବ କାର୍ତ୍ତିକ ପାଣ୍ଡିଆନ୍ । ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଅଗ୍ରଗତି ନେଇ ସେ ସେଠାରେ ସମୀକ୍ଷା କରିଛନ୍ତି । ତେବେ ସୁଆଣ୍ଡୋକୁ ଐତିହ୍ୟ ଗାଁରେ ପରିଣତ କରିବା ସରକାରଙ୍କ ଲକ୍ଷ୍ୟ ରହିଛି ।

ପଟ୍ଟନାଇକିଆ ଛକରୁ ସୁଆଣ୍ଡୋ ଗାଁର ରାସ୍ତାର ଉନ୍ନତୀକରଣ କରାଯାଇଛି । ଏନଏଚକୁ ସଂଯୋଗ କରୁଥିବା ରାସ୍ତାର ଦୋହରିକରଣର ହେଉଛି । ରାସ୍ତାକଡ଼ରେ ଆଶ୍ରୟସ୍ଥଳୀ ଓ ଆଗନ୍ତୁକଙ୍କ ପାଇଁ ବ୍ୟବସ୍ଥା ହେଉଛି । ସଂଗ୍ରହାଳୟ ପାର୍କ ପ୍ରତିିଷ୍ଠା ସହ ଗାଁ ସ୍କୁଲର ଉନ୍ନତି କରିବାକୁ ପଦକ୍ଷେପ ନିଆଯାଇଛି । ଗୋପବନ୍ଧୁ ଦାସଙ୍କ ଷଠୀଘରର ଉନ୍ନତି ପାଇଁ ପଦକ୍ଷେପ ନିଆଯାଇଛି ବୋଲି ଜଣାପଡିଛି । ମାର୍ଚ୍ଚ ୨୦୨୨ ଶେଷ ସୁଦ୍ଧା କାମ ସାରିବାକୁ ତାରିଖ ଧାର୍ଯ୍ୟ ହୋଇଛି । ଗୋପବନ୍ଧୁଙ୍କ ଜନ୍ମପୀଠର ବିକାଶ ପାଇଁ ୧୫ କୋଟି ୧୬ ଲକ୍ଷର ବ୍ୟୟ ଅଟକଳ କରାଯାଇଛି ।

କିଛିଦିନ ପୂର୍ବରୁ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିଥିଲେ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭିକେ ପାଣ୍ଡିଆନ୍। ମନ୍ଦିର ପରିଦର୍ଶନ କରିବା ସହ ମନ୍ଦିର ପୂଜକଙ୍କ ସହ କରିଥିଲେ ଆଲୋଚନା। ଖୁଵଶୀଘ୍ର ମାଷ୍ଟର ପ୍ଲାନ ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ ବୋଲି ସେ କହିଥିଲେ ।

Get real time updates directly on you device, subscribe now.