fbpx

(Video) କଲେକ୍ଟର ହେଲେ ୫ ବର୍ଷର ଝିଅ: ଦେଲେ ଏଭଳି ନିର୍ଦ୍ଦେଶ

୫ ବର୍ଷର ଝିଅ ହେଲା କଲେକ୍ଟର । ଦାୟିତ୍ୱ ସମ୍ଭାଳିଲା ନିଷ୍ପତ୍ତି ବି ନେଲା । ବିନା କୌଣସି ଡ଼ିଗ୍ରୀ ସାର୍ଟିଫିକେଟ କିମ୍ବା କୌଣସି ସିଭିଲ ସର୍ଭିସ ପରୀକ୍ଷାରେ ଉତ୍ତୀର୍ଣ୍ଣ ନହୋଇ ବି ଏବେ ଏମିତି ଏକ ଝିଅ ଜିଲ୍ଲାପାଳ ହେବା ଚର୍ଚ୍ଚାର ବିଷୟ ପାଲଟିଛି ।

ଏହି ଘଟଣା ଦେଖିବାକୁ ମିଳିଛି ରାଜସ୍ଥାନର ଦୌଷା ଜିଲ୍ଲାରେ । ଏଠି ଏକ ପାଞ୍ଚ ବର୍ଷର ଝିଅକୁ ମିଳିଛି ଜିଲ୍ଲାପାଳ ଦାୟିତ୍ୱ । ପ୍ରକୃତରେ ଏଠାରେ ମହିଳା ସଶକ୍ତିକରଣ ଏବଂ ନାରୀ ଜାଗରଣ ପାଇଁ ଏକ ଭିନ୍ନ ପ୍ରକାରର ପ୍ରତିଯୋଗିତା କରାଯାଇଥିଲା । ଯେଉଁଥିରେ ପ୍ରାୟ ୨୦୦ ଝିଅ ଭାଗ ନେଇଥିଲେ ।

ପ୍ରତିଯୋଗିତାରେ ସୋମନଙ୍କୁ ଜିଲ୍ଲାପାଳଙ୍କୁ ପ୍ରଶ୍ନ ପଚାରିବାକୁ କୁହାଯାଇଥିଲା । ଯେଉଁଥିରେ ଅନେକ ଝିଅ ଜିଲ୍ଲାପାଳ ହେଲେ କଣ କାମ ରହିଛି ତଥା ଜିଲ୍ଲାପାଳଙ୍କ ଦାୟିତ୍ୱ କଣ ରହିଛି ସେସବୁ ପଚାରି ଥିବା ବେଳେ ପାଞ୍ଚ ବର୍ଷର ଝିଅ ନଭ୍ୟା ଅବସ୍ଥି ପଚାରିଥିଲେ ଯେ ଆପଣ ଝିଅଙ୍କ ଭବିଷ୍ୟତ ବାବଦରେ କଣ ଭାବିଛନ୍ତି ?

ଆଉ ଏହି ପ୍ରଶ୍ନ କଲେକ୍ଟର ବାବୁଙ୍କ ମନକୁ ଛୁଇଁଥିଲା । ଏତେ କୁନି ଝିଅ ଏତେ ସୁନ୍ଦର ପ୍ରଶ୍ନ ପଚାରିଥିବା ହେତୁ ଝିଅଟିକୁ କଲେକ୍ଟର ପାହ୍ୟାରେ ସେ ବସାଇଥିଲେ । ଆଉ ନଭ୍ୟା ଅବସ୍ଥି ହୋଇଥିଲେ ଗୋଟିଏ ଦିନର କଲେକ୍ଟର । କେବଳ ସେତିକି ନୁହଁ ଯେତେବେଳେ ତାଙ୍କୁ କିଛି ନିଷ୍ପତ୍ତି ନେବାକୁ କୁହା ଯାଇଥିଲା । ସେ ନିଜ ସ୍କୁଲରେ ଏକ ଲାଇବ୍ରେରୀ ନିର୍ମାଣ ପାଇଁ ବି ନିର୍ଦ୍ଦେଶ ଦେଇଥିଲେ । ଆଉ ନାୟକ ଚଳଚ୍ଚିତ୍ରରେ ଅନିଲ କପୁରଙ୍କ ଭଳି ଏମିତି ଗୋଟିଏ ଦିନର କଲେକ୍ଟର ହୋଇ ଏତେ ସୁନ୍ଦର ପଦକ୍ଷେପ ନେଇଥିବାରୁ ତାଙ୍କୁ ଖୁବ ପ୍ରଶଂସା ବି କରାଯାଇଥିଲା । ଦେଖନ୍ତୁ ଭିଡିଓ…

 

Get real time updates directly on you device, subscribe now.