fbpx

IPL-2023ରେ ଜଲୱା ଦେଖାଉଛନ୍ତି ଭାରତର ଏହି ୟଙ୍ଗଷ୍ଟାର: ଟିମ ଇଣ୍ଡିଆରେ ମିଳିପାରେ ସୁଯୋଗ

ମୁମ୍ବାଇ: ଆଇପିଏଲ-୨୦୨୩ ବର୍ତ୍ତମାନ ରୋମାଞ୍ଚକର ରୂପ ନେଇଛି । ଏହି ସିଜନରେ ପ୍ରାୟତଃ ଯୁବ ଖେଳାଳିମାନଙ୍କର ଦବଦବା ଦେଖିବାକୁ ମିଳିଛି । ବିଶେଷ କରି ଭାରତର ୫ ଜଣ ଯୁବ କ୍ରିକେଟର, ଯାହାଙ୍କ ବ୍ୟାଟ ଚଳିତ ସିଜନରେ ଖୁବ ଗର୍ଜନ କରୁଛି । ଅଧିକାଂଶ ମ୍ୟାଚରେ ସେମାନେ ଦଳ ପାଇଁ ଖୁବ ବଡ ଯୋଗଦାନ ଦେଇଛନ୍ତି । ମଇଦାନକୁ ଆସିବା ମାତ୍ରେ ଛକା ଚୌକାର ବର୍ଷା କରୁଛନ୍ତି ଏହି ୫ ଖେଳାଳି । ଯେଉଁଥିପାଇଁ ସେମାନଙ୍କୁ ଭାରତୀୟ ଦଳରେ ସୁଯୋଗ ମିଳିବା ନେଇ ଚର୍ଚ୍ଚା ଜୋର ଧରିଛି । ତେବେ ଏମାନଙ୍କ ଭିତରୁ କିଏ ପାଇବେ ସୁଯୋଗ?

ଭେଙ୍କଟେଶ ଆୟର: କୋଲକାତା ନାଇଟ ରାଇଡର୍ସର ଷ୍ଟାର ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କ ବ୍ୟାଟରୁ ଚଳିତ ସିଜନରେ ଗୋଟିଏ ଶତକ ଆସିସାରିଛି । ଚଳିତବର୍ଷ ପ୍ରଥମେ ଜଣେ ଇମ୍ପାକ୍ଟ ପ୍ଲେୟର ଭାବରେ ଖେଳୁଥିବା ବେଳେ ଦମଦାର ପ୍ରଦର୍ଶନ ଯୋଗୁଁ ଏବେ ସେ ପ୍ଲେଇଙ୍ଗ-୧୧ରେ ସ୍ଥାନ ପାଇଛନ୍ତି । ବର୍ତ୍ତମାନ ସୁଦ୍ଧା କେକେଆର ତରଫରୁ ୬ଟି ମ୍ୟାଚରେ ସେ ଗୋଟିଏ ଶତକ ସହ ୨୩୪ ରନ୍ ସଂଗ୍ରହ କରିଛନ୍ତି । ତେବେ କୋଲକାତା ପକ୍ଷରୁ ଆଇପିଏଲରେ ବ୍ରେଣ୍ଡନ ମ୍ୟାକୁଲମ(୨୦୦୮)ଙ୍କ ପରେ ଦ୍ୱିତୀୟ ଖେଳାଳି ଭାବେ ସେ ଶତକ ଅର୍ଜନ କରିଛନ୍ତି ।

IPL 2023: Venkatesh Iyer Ends KKR's 15-year Century Drought, Smashes 49-ball Ton Against Mumbai Indians

ଶୁଭମନ ଗିଲ: ଗୁଜୁରାଟ ଟାଇଟନ୍ସର ସୁପରଷ୍ଟାର ଶୁଭମନ ଗିଲଙ୍କ ବ୍ୟାଟରୁ ମଧ୍ୟ ରନ ବର୍ଷା ହେବାରେ ଲାଗିଛି । ୫ଟି ମ୍ୟାଚରୁ ୨୨୮ ରନ ସଂଗ୍ରହ କରି ସାରିଥିବା ବେଳେ ଏଥିରେ ୨ଟି ଅର୍ଦ୍ଧଶତକ ହାସଲ କରିଛନ୍ତି ଗିଲ୍ । ତେବେ ସେ ଭାରତୀୟ ଦଳରେ ନିୟମିତ ଚୟନ ହେଉଥିଲେ ମଧ୍ୟ ଖେଳିବା ପାଇଁ ସୁଯୋଗ ପାଉନାହାନ୍ତି । କିନ୍ତୁ ବର୍ତ୍ତମାନର ଫର୍ମ ଏବଂ କେ.ଏଲ ରାହୁଲଭ୍କ ପ୍ରଦର୍ଶନ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ଦେଇପାରେ ।

IPL 2023: Shubman Gill Will Have A 600-run Season, Says Parthiv Patel

ଋତୁରାଜ ଗାଏକ୍ୱାଡ: ଚେନ୍ନାଇ ସୁପର କିଙ୍ଗସର ରାଇଜିଙ୍ଗ ଷ୍ଟାର ଋତୁରାଜ ଗାଏକ୍ୱାଡ ଧୋନୀଙ୍କ ପାଇଁ ବ୍ରହ୍ମାସ୍ତ୍ର ପାଲଟିଛନ୍ତି । ଚେନ୍ନାଇ ପାଇଁ ଲଗାତାର ସେ ଭଲ ପ୍ରଦର୍ଶନ ମଧ୍ୟ କରୁଛନ୍ତି । ଚଳିତ ସିଜନରେ ୫ଟି ମ୍ୟାଚରୁ ୨୦୦ ରନ କରି ସାରିଥିବା ଋତୁରାଜ ଗୁଜୁରାଟ ବିପକ୍ଷରେ ଦମଦାର ଶତକରୁ ଟିକିଏ ଦୂରରେ ରହି ଯାଇଥିଲେ । କିନ୍ତୁ ତାଙ୍କର ପ୍ରଦର୍ଶନ ଯୋଗୁଁ ସେ ଭାରତୀୟ ଦଳର ଏକ ଅଂଶ ହୋଇପାରନ୍ତି ବୋଲି ଆଶା କରାଯାଉଛି ।

IPL 2023: Ruturaj Gaikwad is going to do wonders for India, says Hardik Pandya | Sports News,The Indian Express

ସଞ୍ଜୁ ସାମସନ୍: ରାଜସ୍ଥାନ ରୋୟଲ୍ସର ଅଧିନାୟକ ତଥା ୱିକେଟ କିପର ସଞ୍ଜୁ ସାମସନ୍ ଭାରତୀୟ ଦଳ ପାଇଁ ମୁଖ୍ୟ ଲକ୍ଷ୍ୟ ହୋଇପାରନ୍ତି । ମଧ୍ୟକ୍ରମ ପାଇଁ ସଂଘର୍ଷ କରୁଥିବା ଟିମ ଇଣ୍ଡିଆ ତାଙ୍କୁ ଦଳରେ ସୁଯୋଗ ଦେଇପାରେ । ୨୦୨୩ ଆଇପିଏଲ ସିଜନରେ ୬ଟି ମ୍ୟାଚରୁ ୨ଟି ଅର୍ଦ୍ଧଶତକ ସହ ୧୬୦ ରନ୍ ସଂଗ୍ରହ କରିଛନ୍ତି ସଞ୍ଜୁ ।

IPL 2023: Sanju Samson Scripts History, Becomes First Batsman To Score 3000 Runs For Rajasthan Royals | Cricket News, Times Now

ତିଲକ୍ ବର୍ମା: ମୁମ୍ବାଇ ଇଣ୍ଡିଆନ୍ସର ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ତିଲକ ବର୍ମାଙ୍କ ଉପରେ ରହିଛି ସମସ୍ତଙ୍କ ନଜର । ୫ଟି ମ୍ୟାଚରୁ ୨୧୪ ରନ୍ କରିଥିବା ତିଲକ ବର୍ତ୍ତମାନ ଟିମ ଇଣ୍ଡିଆରେ ଏଣ୍ଟ୍ରି କରିବାକୁ ପ୍ରସ୍ତୁତ ହୋଇପାରନ୍ତି । ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ ବି ଦଳ ପାଇଁ ସେ ନିରନ୍ତର ପ୍ରଦର୍ଶନ ଜାରି ରଖିଛନ୍ତି । ବାମହାତୀ ବ୍ୟାଟ୍ସମ୍ୟାନ ହୋଇଥିବା ବେଳେ ୪/୫ ନମ୍ବରରେ ବଡ ଶଟ୍ ଖେଳିବା ପାଇଁ ସକ୍ଷମ ଅଛନ୍ତି ତିଲକ ।ଏହାସହିତ ତାଙ୍କ ଖେଳରେ ଯୁବରାଜଙ୍କ ଝଲକ ମଧ୍ୟ ରହିଛି । ତେଣୁ ଭାରତୀୟ ଦଳ ବିଶ୍ୱକପ ପୂର୍ବରୁ ତାଙ୍କୁ ସୁଯୋଗ ଦେଇପାରେ ବୋଲି ଅନୁମାନ କରାଯାଉଛି ।

Tilak Varma – Electrician's Son Who Is Providing Power To Mumbai Indians' Batting In IPL 2022

Get real time updates directly on you device, subscribe now.