fbpx
BJD SKY
BJD SKY

କଂଗ୍ରେସକୁ ବଡ଼ ଝଟକା: ନିର୍ବାଚନ ପୂର୍ବରୁ ଏକାସାଙ୍ଗରେ ୫୦ରୁ ଅଧିକ ନେତା ଛାଡ଼ିଲେ ଦଳ

BJD

ନୂଆଦିଲ୍ଲୀ: ଆଗାମୀ ଗୁଜରାଟ ବିଧାନସଭା ନିର୍ବାଚନ ପୂର୍ବରୁ ସମସ୍ତ ରାଜନୈତିକ ଦଳରେ ଅଦଳବଦଳ ନୀତି ଆରମ୍ଭ ହୋଇଛି । ୨୭ ବର୍ଷ ଧରି ଶାସନ କରୁଥିବା ଭାରତୀୟ ଜନତା ପାର୍ଟି (ବିଜେପି)ଠାରୁ ନେଇ ଆମ୍ ଆଦମୀ ପାଟି(ଆପ୍) ମଧ୍ୟରେ ଏହି ନୀତି ଜୋରସୋରରେ ଚାଲିଛି । ଏହାରି ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । ରାଜ୍ୟରେ ଦଳର ୫୦ ରୁ ଅଧିକ ନେତା ଏାକସାଙ୍ଗରେ ଇସ୍ତଫା ଦେଇଛନ୍ତି । ଉନ୍ଝା ବିଧାନସଭାରେ କଂଗ୍ରେସ ଦଳରେ ଫାଟ ସୃଷ୍ଟି ହୋଇଛି, ଫଳରେ ଏଥିରେ ଅସନ୍ତୁଷ୍ଟ ନେତାମାନେ ଇସ୍ତଫା ଦେଇଛନ୍ତି ।

କୁହାଯାଉଛି ଯେ, ଉନ୍ଝା ଉମିୟା ମାତାଜୀ ସଂସ୍ଥା ସ୍ୱାଗତ ସମିତିର ସଭାପତି, ଉନ୍ଝା ନଗର ପ୍ରାଥମିକ ଶିକ୍ଷା କମିଟିର ସଭାପତି ଦଶରଥ ଭୋଇ ପଟେଲ ଦଳ ଛାଡିଛନ୍ତି । ଏଥି ସହ ଉନ୍ଝା ତାଲୁକା ପଞ୍ଚାୟତର ପୂର୍ବତନ ସଭାପତି ଜୟ ପ୍ରକାଶ ପଟେଲ ମଧ୍ୟ କଂଗ୍ରେସ ଛାଡିଛନ୍ତି । ଏହା ସହିତ ତାଲୁକର ପୂର୍ବତନ ପଞ୍ଚାୟତ ସଭାପତି ଶାନ୍ତବେନ ପଟେଲ କଂଗ୍ରେସ ଛାଡିଛନ୍ତି । ପୂର୍ବତନ ଜିଲ୍ଲା ପଞ୍ଚାୟତ ପ୍ରତିନିଧି ମହେଶ ଚୌଧୁରୀ କଂଗ୍ରେସ ଛାଡିଛନ୍ତି ।

ତେବେ ପାଞ୍ଚ ବର୍ଷ ପୂର୍ବେ ଗୁଜୁରାଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜେପିକୁ କଡ଼ା ମୁକାବିଲା କରିଥିଲା । ଯଦି ବର୍ତ୍ତମାନର ପରିସ୍ଥିତିକୁ ଦେଖିବା ତେବେ ରାଜ୍ୟରେ କଂଗ୍ରେସ ବହୁତ ଦୁର୍ବଳ ହୋଇପଡିଛି । ଅନେକ ବିଧାୟକ ମଧ୍ୟ ଦଳ ପରିବର୍ତ୍ତନ କରି ବିଜେପିରେ ଯୋଗ ଦେଇଛନ୍ତି । ଯୁବବର୍ଗଙ୍କ ଏକ ଶକ୍ତିଶାଳୀ ଚେହେରା ଭାବରେ ପରିଗଣିତ ହାର୍ଦ୍ଦିକ ପଟେଲଙ୍କ ପରି ନେତାମାନେ ମଧ୍ୟ ବିଜେପିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.