fbpx

କରବାଚୌଥରେ ପ୍ରେମିକା ସହ ସପିଂ କରୁଥିଲେ ଯୁବକ: ଅଚାନକ୍ ସାମ୍ନାକୁ ଆସିଗଲେ ପତ୍ନୀ, ଆଉ ତା’ପରେ…

କରବାଚୌଥ ଦିନ ଲୁଚି-ଛପି ପ୍ରେମିକାକୁ ସପିଂ କରାଇବା ଯୁବକଙ୍କୁ ମହଙ୍ଗା ପଡ଼ିଛି । ପଛରୁ ପତ୍ନୀ ଆସି ଧରିକପାଇବାରୁ ବିଚ୍ ବଜାରରେ ହିଁ ଚପଲ ମାଡ଼ କରି ସ୍ୱାମୀଙ୍କ ମୁଣ୍ଡରୁ ପ୍ରେମ ନିଶା ଛଡ଼ାଇଦେଇଛନ୍ତି । କେବଳ ସ୍ୱାମୀ ନୁହଁନ୍ତି, ପ୍ରେମିକ ମଧ୍ୟ ବେଶ୍ ଉତ୍ତମ ମଧ୍ୟମ ଖାଇଛନ୍ତି । ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ସ୍ୱାମୀକୁ ଗିରଫ କରିଛି । ଶାନ୍ତି ଭଙ୍ଗ କରିବାକୁ ସ୍ୱାମୀ ଉପରେ ଜୋରିମାନା ଲାଗିଥିବା ବେଳେ ପ୍ରେମିକାକୁ ଚେତାବନୀ ଦେଇ ଛାଡ଼ିଦିଆଯାଇଛି ।

ସୂଚନା ମୁତାବକ, ସିହାନୀ ଗେଟ ଥାନା ଅନ୍ତର୍ଗତ ରହୁଥିବା ଜଣେ ମହିଳାଙ୍କ ବିବାହ ବିଜୟ ନିବାସୀ ଯୁବକଙ୍କ ସହ ହୋଇଥିଲା । ବାହାଘର ପରେ ଦୁହିଁଙ୍କ ମଧ୍ୟରେ ବୁଝାମଣା ଭଲ ରହିଲାଣି ଓ ଛୋଟ ଛୋଟ କଥାରେ ଝଗଡ଼ା ହେବାକୁ ଲାଗିଲା । କଥା ଏତେ ଆଗକୁ ଗଲା ଯେ, ଦୁହେଁ ଛାଡ଼ପତ୍ର ନେବାକୁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୁହାଯାଇଥିଲା କି, ଜଣେ ମହିଳାଙ୍କ ସହ ଯୁବକଙ୍କ ସମ୍ପର୍କ ରହିଛି ।

ଅନ୍ୟପଟେ ଆଜି କରବାଚୌଧ ଦିନ ନିଜର ବିବାହିତ ପ୍ରେମିକକୁ ସପିଂ କରାଇନେବାକୁ ତୁରାବନଗର ମାର୍କେଟ ଆସିଥିଲେ ଯୁବକ । ଏହାର ସୂଚନା ତାଙ୍କ ପତ୍ନୀ ପାଇଥିଲେ । ସେ ରାଗରେ ନିଆଁ ହୋଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଓ ଦୁହିଁଙ୍କୁ ଧରିପକାଇଥିଲେ । ଆଉ ତା’ପରେ ଆରମ୍ଭ ହୋଇଗଲା ମହାଭାରତ । ସ୍ୱାମୀ ଓ ତାଙ୍କ ପ୍ରେମିକାକୁ ଚପଲରେ ସେକି ଦେଇଗଲେ ପତ୍ନୀ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାକୁ ନିୟନ୍ତ୍ରଣକୁ ନେଇଥିଲା ।

Get real time updates directly on you device, subscribe now.