fbpx

୫ଟି ଟିମକୁ ନେଇ ଆରମ୍ଭ ହେବ Womens’ IPL: ନୂଆ ଓ ଦମଦାର ପ୍ଲାନ ଆଣୁଛି ବିସିସିଆଇ

ନୂଆଦିଲ୍ଲୀ: ଆସନ୍ତାବର୍ଷ ହେବାକୁ ଥିବା ମହିଳା ଇଣ୍ଡିଆନ ପ୍ରିମିୟର ଲିଗକୁ ନେଇ ନୂଆ ପ୍ଲାନ କରୁଛି ବିସିସିଆଇ । ତେଣୁ ୨୦୨୩ରେ ହିଁ ଭାରତରେ ମହିଳା ଆଇପିଏଲ ଆୟୋଜନ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି । ତେବେ ଏ ନେଇ ଏବେ ବିସିସିଆଇ ପ୍ରସ୍ତୁତ କରୁଛି ବ୍ଲୁ ପ୍ରିଣ୍ଟ । ଆସନ୍ତାବର୍ଷ ପ୍ରଥମ ସିଜନ ୫ଟିଟିମ ସହ ଖେଳାଯିବା ସହ ପ୍ଲେଇଙ୍ଗ ୧୧ରେ ୫ ଜଣ ବିଦେଶୀ ଖେଳାଳିଙ୍କୁ ସୁଯୋଗ ଦେବା ନେଇ ବିଚାର କରାଯାଉଛି । ଏହା ସହିତ ଅନ୍ୟ ପ୍ଲାନ ମଧ୍ୟ କରୁଛି ବିସିସିଆଇ ।

ତେବେ ମହିଳା ଆଇପିଏଲ ପାଇଁ ଅସ୍ଥାୟୀ ୱିଣ୍ଡୋ ମାର୍ଚ୍ଚ ୨୦୨୩ ରହିଛି । ଏହା ଦକ୍ଷିଣ ଆଫ୍ରିକାରେ ମହିଳା ଟି-୨୦ ବିଶ୍ୱକପ ଏବଂ ପୁରୁଷ ଆଇପିଏଲ ମଧ୍ୟରେ ହେବ । ସୂଚନା ଅନୁଯାୟୀ, ଚୂଡାନ୍ତ ଏକାଦଶରେ ସର୍ବାଧିକ ୪ ଜଣ ବିଦେଶୀ ଖେଳାଳି ଆଇସିସିର ପୂର୍ଣ୍ଣ ସଦସ୍ୟ ଦଳରୁ ହୋଇ ପାରନ୍ତି । ସେହିପରି ଜଣେ ଖେଳାଳି ସହଯୋଗୀ ରାଷ୍ଟ୍ରରୁ ସ୍ଥାନ ପାଇପାରନ୍ତି । ମହିଳା ଆଇପିଏଲରେ ଟିମର ନାମକରଣ ଉପରେ ନିଷ୍ପତ୍ତି ନେବା ବାକି ରହିଛି । ଏହାସହିତ ଆଇପିଏଲ ଅଧ୍ୟକ୍ଷ ଏବଂ ବିସିସିଆଇ ପଦାଧିକାରୀଙ୍କ ଦ୍ୱାରା ଟିମ ସହିତ ଭେନ୍ୟୁ ଉପରେ ମଧ୍ୟ ନିର୍ଣ୍ଣୟ ନିଆଯିବ ।

ତେବେ ବିସିସିଆଇ ଅନୁସାରେ, ମହିଳା ଆଇପିଏଲ ଏକ ନୂଆ ଧରଣରେ ପ୍ରସ୍ତୁତ ହୋଇପାରେ । ଏଥିରେ ଗୋଟିଏ ସହରରେ ସମସ୍ତ ମ୍ୟାଚ ଅନ୍ୟ ସ୍ଥାନକୁ ଯିବା ପୂର୍ବରୁ ଶେଷ ହେବ । ତେବେ କେବଳ ୨୦ଟି ଲିଗ ମ୍ୟାଚକୁ ନଜରରେ ରଖି ଡବ୍ଲୁଆଇପିଏଲ ପାଇଁ ପ୍ରତି ସିଜନରେ ଅତିକମରେ ୨ଟି ସ୍ଥାନ ସାମିଲ ରହିବ । ଏ ନେଇ କୌଣସି ସ୍ପଷ୍ଟ ସୂଚନା ଦେଇ ନଥିଲେ ବି ଆସନ୍ତାବର୍ଷ ଆଇପିଏଲ ଇତିହାସରେ ଏକ ନୂଆ ଫର୍ଦ୍ଦ ଯୋଡି ହେବ ବୋଲି ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.