fbpx

ପରୀକ୍ଷାରେ କପି କରିବା ପାଇଁ ପିଲାଙ୍କ ନୂଆ ଟେକନିକ: ଏମିତି ବୁଦ୍ଧିରେ କରୁଥିଲେ ନକଲ

ନୂଆଦିଲ୍ଲୀ: ଅନେକ ସମୟରେ ପରୀକ୍ଷାରେ ପିଲାମାନେ ନକଲ କରୁଥିବା ବା କପି କରୁଥିବାର ଘଟଣା ଦେଖିବାକୁ ମିଳିଥାଏ । ବିଭିନ୍ନ ବୁଦ୍ଧି କରି ପରୀକ୍ଷା ହଲରେ କପି ପହଞ୍ଚାଇବାକୁ ଚେଷ୍ଟା କରନ୍ତି ଛାତ୍ରଛାତ୍ରୀ । ତେବେ କିଛି ସମୟରେ ସେମାନେ ସଫଳ ହୋଇଯାଆନ୍ତି ତ ଆଉ କିଛି ସମୟରେ ଧରା ପଡି ଯାଇଥାନ୍ତି ପିଲାମାନେ । ତେବେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗୋଟିଏ ପରୀକ୍ଷା କେନ୍ଦ୍ରରୁ । କପି କରିବା ପାଇଁ ପେନକୁ ହିଁ ନିଜ ଅସ୍ତ୍ର କରି ଦେଇଛଇଏହି ଛାତ୍ରଜଣକ ।

ପରୀକ୍ଷାରେ କପି କରିବା ପାଇଁ ପେନ ସହ ଏକ ବଡ ଏକ୍ସପେରିମେଣ୍ଟ କରିଛି ଜଣେ ଛାତ୍ର । ଏକ ନିଆରା ଷ୍ଟାଇଲରେ ସେ କପି କରିବାର ବ୍ୟବସ୍ଥା କରିଥିଲା । ପରୀକ୍ଷାକୁ ଆଣିଥିବା ପେନରେ ହିଁ ଛୋଟ ଚୋଟ ନୋଟ କରି ନେଇଥିଲା । ତେବେ ପରୀକ୍ଷାର୍ଥୀ ପାକରେ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ପେନ ଦେଖିବାକୁ ମିଳିଛି । ତେବେନିଜ ମାଷ୍ଟରମାଇଣ୍ଡ ବୁଦ୍ଧିରେ କରିଥିବା ଏକ୍ସପେରିମେଣ୍ଟ ଫେଲ ମାରିଯାଇଛି । ପେନରେ କପି କରିବାର ନୂଆ ଫର୍ମୁଲାକୁ ପଣ୍ଡ କରି ଦେଇଛନ୍ତି ଲ’ ପ୍ରଫେସର ୟୋଲୋଣ୍ଡା ଡି ଲୁଚ୍ଚୀ । ଛାତ୍ର ନିକଟରୁ ଏହି ପେଗୁଡିକୁ ଜବତ କରିବା ସହ ଏହାର ଏକ ଫଟୋ ଟ୍ୱିଟରରେ ଅପଲୋଡ କରିଛନ୍ତି ୟୋଲୋଣ୍ଡା ।

ତେବେ ଛାତ୍ରଙ୍କର ଏହି କାରନାମା ଦେଖିବା ପରେ ପ୍ରଫେସର ନିଜେ ମଧ୍ୟ କୁବ ଆଶ୍ଚର୍ଯ୍ୟ ହୋଇଛନ୍ତି । ଏହାକୁ ଏକ କଳା ବୋଲି ମଧ୍ୟ ସେ କଟାକ୍ଷ କରିଛନ୍ତି । ନୂଆ ଷ୍ଟାଇଲରେ ପେନରେ କପି କରିବାକୁ ଚେଷ୍ଟା କରିଥିବା ବେଳେ ଧରା ପଡି ଯାଇଛନ୍ତି ପରୀକ୍ଷାର୍ଥୀ । ଏହି ଫଟୋ ସୋସିଆଲ ମିଡିଆରେ ଅପଲୋଡ ହେବା ପରଠୁ ଏହା ଖୁବ ଭାଇରାଲ ହେବାରେ ଲାଗିଛି । ଏହି ଘଟଣାଟି ସ୍ପେନର ମେଲାଗା ବିଶ୍ୱବିଦ୍ୟାଳୟର ବୋଲି ଜାଣିବାକୁ ମିଳିଛି ।

Get real time updates directly on you device, subscribe now.