fbpx
BJD SKY
BJD SKY

ଧାମନଗର ଉପନିର୍ବାଚନରେ ରୋଚକ ମୋଡ଼: କାଲି ନାମାଙ୍କନ ଭରିବେ ରାଜୁ ଦାସ

BJD

ଧାମନଗର(ଓଡ଼ିଶା ଭାସ୍କର): ଧାମନଗର ଉପନିର୍ବାଚନକୁ ନେଇ ଆରମ୍ଭ ହୋଇଛି ରାଜନୀତି । ୩ଟି ପ୍ରମୁଖ ଦଳ ଯଥା- ବିଜେଡି, ବିଜେପି ଓ କଂଗ୍ରେସ ନିଜ ନିଜର ପ୍ରାର୍ଥୀ ଘୋଷଣା କରିସାରିଥିବା ବେଳେ ଧାମନଗର ରାଜନୀତିରେ ଆସିଛି ରୋଚକ ମୋଡ଼ । ଆସନ୍ତାକାଲି ନାମାଙ୍କନ ଦାଖଲ କରିବେ ରାଜୁ ଦାସ । ସ୍ୱାଧୀନ ପ୍ରାର୍ଥୀ ଭାବେ ସେ ନାମାଙ୍କନ ଦାଖଲ କରିବେ । ଏନେଇ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସେ ନାମାଙ୍କନ କଥା କହିଛନ୍ତି ରାଜୁ ।

ତେବେ ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀଙ୍କ ଦେହାନ୍ତ ହେବା ପରେ ଆସନ୍ତା ନଭେମ୍ବର ୩ ତାରିଖରେ ହେବାକୁ ଥିବା ବେଳେ ଗତକାଲି ଶାସକ ଦଳ ଏବଂ କଂଗ୍ରେସ ତାର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି । ତେବେ ବିଜେଡି କାହାକୁ ପ୍ରାର୍ଥୀ କରିବ ତାହାକୁ ନେଇ ବହୁ କଳ୍ପନା ଜଳ୍ପନା ଚାଲିଥିବା ବେଳେ ଗତକାଲି ବିଜେଡି ତାର ମହିଳା କାର୍ଡ ଖେଳିଛି । ତିହିଡି ବ୍ଲକ ଅଧ୍ୟକ୍ଷା ଅବନ୍ତୀ ଦାସକୁ ପ୍ରାର୍ଥୀ ଭାବେ ଘୋଷଣା କରିଛି । ସେପଟେ କଂଗ୍ରେସ ବାବଜୀ ସେଠୀଙ୍କୁ ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି । ତେବେ ନାମ ଘୋଷଣା ହେବା ପୂର୍ବରୁ ଶାସକ ଦଳ ପାଇଁ ଯେଉଁ ଚିନ୍ତା ଲାଗି ରହିଥିଲା ଯେ କାହାକୁ ଧାମନଗର ଟିକେଟ ଦିଆଯିବ ଯାହା ଆଶା କରାଯାଉଥିଲା ଗତକାଲି ଏହାର ଅନ୍ତ ଘଟିଛି ବୋଲି କିନ୍ତୁ ଏହା ହୋଇ ନାହିଁ । ଟିକେଟ ପାଇଁ ଆଶାୟୀ ହୋଇ ରହିଥିବା ପୂର୍ବତନ ବିଧାୟକ ରାଜେନ୍ଦ୍ର ଦାସଙ୍କୁ ଗତକାଲି ଭୁବନେଶ୍ୱର ପାଇଁ ଡକାରା ଆସିଥିଲା ଯାହା ଆଶା କରାଯାଉଥିଲା ତାଙ୍କ ନାମରେ ଟିକେଟ ଫାଇନାଲ ହେବ ବୋଲି କିନ୍ତୁ ତାହା ହେଲା ନାହିଁ । ଟିକେଟ ପାଇଁ ଥିବା ତାଙ୍କର ଆଶା ମଉଳି ଯାଇଥିଲା ।

ଗତକାଲି ଠାରୁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିବା ପରଠାରୁ ବହୁ ଅସନ୍ତୋଷ ମଧ୍ୟ ଦେଖିବାକୁ ମିଳୁଛି । ରାଜେନ୍ଦ୍ର ଦାସଙ୍କ ପ୍ରଶଂସକ ମାନେ ତାଙ୍କୁ ଟିକେଟ ନମିଳିଥିବାରୁ ବହୁତ ଦୁଃଖିତ ଥିବା ବେଳେ ତାହୁ ସ୍ୱାଧୀନ ପ୍ରାର୍ଥୀ ଭାବେ ଛିଡା ହେବାକୁ କହୁଛନ୍ତି । ତେବେ ଏହାକୁ ନେଇ ରାଜେନ୍ଦ୍ର ଦାସ ଫ୍ୟାନ କ୍ଲବରେ ତୁହା କୁ ତୁହା ପୋଷ୍ଟ ସେୟାର ମଧ୍ୟ କରାଯାଉଛି । ତେବେ ନାମାଙ୍କନ ଦାଖଲ କରିବାର ଶେଷ ତାରିଖ ୧୪ ତାରିଖ ରହିଥିବା ବେଳେ ରାଜେନ୍ଦ୍ର ଦାସ ଧାମନଗରବାସୀଙ୍କ ସ୍ୱାର୍ଥ ପାଇଁ ତ୍ସ୍ୱାଧୀନରୁ ଲଢ଼ିବେ ବୋଲି କହିଛନ୍ତି ।

ଉଲ୍ଲେଖନୀୟ ଯେ ସେପ୍ଟେମ୍ବର ୧୯ରେ ବିରୋଧୀଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କର ଅକାଳ ବିୟୋଗ ଯୋଗୁଁ ଏହି ସରଂକ୍ଷିତ ଆସନ ଖାଲିରହିଛି । ଏଥିପାଇଁ ନଭେମ୍ବର ୩ରେ ହେଉଛି ଉପନିର୍ବାଚନ। ଅକ୍ଟୋବର ୧୪ ସୁଦ୍ଧା ନାମାଙ୍କନପତ୍ର ଦାଖଲ ଓ ୧୭ ମଧ୍ୟରେ ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ ହୋଇଛି । ସେହିପରି ନଭେମ୍ବର ୬ରେ ଗଣତି ହେବ । ୮ ତାରିଖ ସୁଦ୍ଧା ଉପନିର୍ବାଚନ ପ୍ରକ୍ରିୟା ଶେଷ ହେବ । ପ୍ରାୟ ୨.୩୮ ଲକ୍ଷ ଭୋଟର ନିଜର ମତ ସାବ୍ୟସ୍ତ କରିବେ ।

Get real time updates directly on you device, subscribe now.