fbpx

ଜଳକା ନଦୀରେ ୫ ଶହ ପୁଟର ଘାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ଓଡ଼ିଶାରେ ସୃଷ୍ଟି ହୋଇଛି ପ୍ରଳୟଙ୍କରୀ ବନ୍ୟା ପରସ୍ଥିତି । ବାଲେଶ୍ୱରରେ ରହିଥିବା ଜଳକା ନଦୀରେ ୫୦୦ ଫୁଟର ଘାଇ ସୃଷ୍ଟି ହେବା କାରଣରୁ ବ୍ୟାପକ ଅଞ୍ଚଳ ଜଳମଗ୍ନ କରିଛି । ଏକତାଳି ଅଞ୍ଚଳରେ ଏହି ନଦୀବନ୍ଧ ଭାଙ୍ଗିବା ସହିତ ୫୦୦ ଫୁଟର ଘାଇ ସୃଷ୍ଟି ହୋଇଛି । ବସ୍ତା ଓ ରାସଗୋବିନ୍ଦପୁରରେ
ବୁଧବାର ସକାଳୁ ଜଳକାର ଜଳସ୍ତର ବଢିବାରେ ଲାଗିଥିଲା । ମଥାନୀ ଠାରେ ବିପଦ ସଙ୍କେତ ୫.୫୦ ମିଟର ରହିଥିବା ବେଳେ ଜଳସ୍ତର ବୁଧବାର ସକାଳେ ୭.୧୮ ମିଟର ରହିଥିଲା । ବସ୍ତା ଅଞ୍ଚଳର ଏକାଧିକ ଗ୍ରାମ ଜଳମଗ୍ନ ଅବସ୍ଥାରେ ରହିଥିବା ଜଣାପଡିଛି ।

Get real time updates directly on you device, subscribe now.