fbpx
BJD SKY
BJD SKY

IRCTC ୱେବସାଇଟରୁ ବଗ୍ ବାହାର କଲେ ୧୭ ବର୍ଷର ଛାତ୍ର; ଲକ୍ଷ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ଡାଟା ସୁରକ୍ଷିତ

BJD

ନୂଆଦିଲ୍ଲୀ: ଜଣେ ୧୭ ବର୍ଷୀୟ ବାଳକ ତଥା ଦ୍ୱାଦଶ ଶ୍ରେଣୀର ଛାତ୍ରଙ୍କ ଯୋଗୁଁ ଲକ୍ଷ ଲକ୍ଷ ଲୋକଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହେବାରୁ ବଞ୍ଚିଯାଇଛି । ଆଇଆରସିଟିସି ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଦ୍ୱାଦଶ ଶ୍ରେଣୀର ଛାତ୍ର ଜଣକ ଏକ ବଗ ବାହାର କରିବାରେ ସଫଳ ହୋଇଥିଲା । ତାମିଲନାଡ଼ୁର ଏହି ଛାତ୍ର ଜଣଙ୍କ ନାମ ହେଉଛି ପି ରଙ୍ଗନାଥନ । କମ୍ପ୍ୟୁଟର ଇମର୍ଜେନ୍ସି ରେସପନ୍ସ ଟିମ (ସିଆରଟି) ପକ୍ଷରୁ ଏହି ତଥ୍ୟ ପ୍ରକାଶ ପାଇଛି । କିଛି ମାସ ତଳେ ଏକ ଟିକଟ ବୁକିଂ ପାଇଁ ଆଇଆସିଟିସି ୱେବସାଇଟ ଯାଇଥିଲେ । ଏହି ସମୟରେ ୱେବସାଇଟରେ କିଛି ବଗ ରହିଥିବା ତାଙ୍କୁ ନଜର ଆସିଥିଲା । ତୁରନ୍ତ ଏହା ବିଷୟରେ ଅଧିକ ଜ୍ଞାନ ଆହରଣ କରିବା ସହିତ ଏହାର ପ୍ରତିକାର ବ୍ୟବସ୍ଥା କରିଥିଲେ ରଙ୍ଗନାଥନ ।
ମିଳିଥିବା ସୂଚନା ଅନୁଯାୟୀ ଆଇଆରସିଟିସିରେ ଠାବ କରାଯାଇଥିବା ଇନସିକ୍ୟୋର ଡାଇରେକ୍ଟ ଓବଜେକ୍ଟ ରେଫରେନ୍ସ ଭାଇରସ ଭାବରେ ଜଣାଶୁଣା । ଏହି ଭାଇରସ ଦ୍ୱାରା ଯାତ୍ରୀଙ୍କ ବ୍ୟକ୍ତିଗତ ତଥ୍ୟ ଲିକ ହେବାର ସମ୍ଭାବନା ସୃଷ୍ଟି ହେବା ସହିତ ଟିକଟ କ୍ୟାନ୍ସଲ ହେବାର ସମ୍ଭାବନା ମଧ୍ୟ ରହିଥାଏ । ଏହା ସହିତ ଲକ୍ଷ ଲକ୍ଷ ଲୋକଙ୍କୁ ନେଇ ରହିଥିବା ଡାଟାବେସ ମଧ୍ୟ ଲିକ୍ ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ରଙ୍ଗନାଥନ ଏହି ଘଟଣା ସମ୍ପର୍କରେ ଆଇଆରସିଟିସିକୁ ସୂଚନା ଦେବାର ୫ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ହୋଇଥିଲା ।

Get real time updates directly on you device, subscribe now.