fbpx

ପୁଣି ସଙ୍କଟରେ IPL; ନଟରାଜନ କରୋନା ପଜିଟିଭ

ନୂଆଦିଲ୍ଲୀ: କରୋନା କାରଣରୁ ଆଇପିଏଲକୁ ଅଧାରେ ରଖାଯାଇଥିବା ବେଳେ ବର୍ତ୍ତମାନ ଏହାକୁ ୟୁଏଇ ସ୍ଥାନାନ୍ତର କରାଯାଇଛି । ବୁଧବାର ସନରାଇଜର୍ସ ହାଇଦ୍ରାବାଦର ଖେଳାଳି ଟି ନଟରାଜନ କରୋନା ପଜିଟିଭ ହେବା ସହିତ ଆଇପିଏଲକୁ ନେଇ ଆଶଙ୍କା ଦେଖାଦେଇଛି । ନଟରାଜନ ପଜିଟିଭ ସାବ୍ୟସ୍ତ ହୋଇଥିବା ବେଳେ ତାଙ୍କ ସଂସ୍ପର୍ଷରେ ଆସିଥିବା ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି । ନଟରାଜନଙ୍କ ସମେତ ୭ ଜଣ ଖେଳାଳିଙ୍କୁ ଆଇସୋଲେସନରେ ରଖାଯାଇଛି ।
ସେହିପରି ବୁଧବାର ସନ୍ଧ୍ୟାରେ ଖେଳାଯିବାକୁ ଥିବା ଦିଲ୍ଲୀ-ହାଇଦ୍ରାବାଦ ମୁକାବିଲା ସମ୍ପର୍କରେ କୌଣସି ସୂଚନା ମିଳିନାହିଁ । ଏହି ମ୍ୟାଚକୁ ନେଇ ଅନିଶ୍ଚିଚିତତା ଲାଗି ରହିଛି । ଦିଲ୍ଳୀ କ୍ୟାପିଟାଲ୍ସ ପଏଣ୍ଟ ଟେବଲର ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ସନରାଇଜର୍ସ ପଏଣ୍ଟ ଟେବଲର ତଳେ ରହିଛି ।

Get real time updates directly on you device, subscribe now.