fbpx
BJD
BJD SKY
BJD SKY

୫୦୦ ଟଙ୍କାରେ ସିଲିଣ୍ଡର ସହ ମିଳିବ ୨୫୦୦ ଟଙ୍କା ଭତ୍ତା : କଂଗ୍ରେସର ନିର୍ବାଚନୀ ଘୋଷଣା

BJD

ହାଇଦ୍ରାବାଦ: ଚଳିତ ବର୍ଷ ଶେଷ ବେଳକୁ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ରାଜ୍ୟରେ କଂଗ୍ରେସ ନେତାମାନେ ଘନଘନ ସଭା ଓ ରାଲି କରୁଛନ୍ତି । କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ମଧ୍ୟ ଆଜି ତେଲେଙ୍ଗାନାରେ ଟୁକ୍କୁଗୁଡ଼ାରେ ଏକ ରାଲିକୁ ସମ୍ବୋଧନ କରିଛନ୍ତି । ଏଥିସହିତ ତେଲେଙ୍ଗାନା ଜନ୍ମର ସେ ବି ଏକ ଅଂଶ ହେବାକୁ ଚାହୁଁଛନ୍ତି ବୋଲି ସୋନିଆ ରାଲିକୁ ସମ୍ବୋଧନ କରିଛନ୍ତି । ନିର୍ବାଚନ ଜିତିଲେ ୬ଟି ଗ୍ୟାରେଣ୍ଟି ଦେବାକୁ ଘୋଷଣା କରିଛନ୍ତି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ।

ରାଜ୍ୟରେ କଂଗ୍ରେସ ସରକାର ଗଠନ କଲେ ମହାଲାକ୍ଷ୍ମୀ, ରାଇଥୁ ଭରସା, ଗ୍ରୁହ ଜ୍ୟୋତି, ଇନ୍ଦ୍ରମ୍ମା ଇନ୍ଦଲୁ ଯୁବ ବିକାଶମ ଏବଂ ଚେୟୁଥା ଏହି ୬ଟି ପ୍ରତିଶ୍ରୁତି ପୂରଣ କରାଯିବ ବୋଲି ସୋନିଆ ଗାନ୍ଧୀ କହିଛନ୍ତି । ତେଲେଙ୍ଗାନାରେ କଂଗ୍ରେସ ସରକାର ଗଠନ କରି ସବୁ ବର୍ଗର ଲୋକଙ୍କ ପାଇଁ କାମ କରିବା ମୋର ସ୍ୱପ୍ନ ବୋଲି ସେ କହିଛନ୍ତି । କଂଗ୍ରେସ ଘୋଷଣା କରିଥିବା ୬ ପ୍ରତିଶ୍ରୁତି ହେଲା – ମହିଳାଙ୍କୁ ପ୍ରତି ମାସରେ ୨୫୦୦ ଟଙ୍କା ଭତ୍ତା, ମହିଳାଙ୍କ ପାଇଁ ୫୦୦ ଟଙ୍କାରେ ଏଲ୍ପିଜି ସିଲିଣ୍ଡର, ଆରଟିସି ବସରେ ମହିଳାଙ୍କ ପାଇଁ ମାଗଣା ଯାତ୍ରା ସୁବିଧା, କୃଷକ ଓ ଭାଗଚାଷୀଙ୍କୁ ବର୍ଷକୁ ୧୫ ହଜାର ଟଙ୍କା, କୃଷିକଭିତ୍ତିକ ଶ୍ରମିକଙ୍କୁ ୧୨ ହଜାର, ଧାନ ଚାଷ ପାଇଁ ୫୦୦ ବୋନସ ।

ଗୃହ ଜ୍ୟୋତୀ ଯୋଜନାର ତେଲେଙ୍ଗାନାର ସମସ୍ତ ଗୃହସ୍ଥକୁ ୨୦୦ ୟୁନିଟ ମାଗଣା ବିଜୁଳି ଯୋଗାଇ ଦିଆଯିବ ବୋଲି କଂଗ୍ରେସ କହିଛି । ଇନ୍ଦିରାମ୍ମା ଇନ୍ଦଲୁ ଯୋଜନାରେ ଯେଉଁମାନଙ୍କର ଘର ନାହିଁ ସେମାନଙ୍କୁ ଘର ଯୋଗାଇ ଦିଆଯିବା ସହିତ ୫ ଲକ୍ଷ ଦିଆଯିବ । ତେଲେଙ୍ଗାନା ଗଠନ ପାଇଁ ଲଢ଼େଇ କରିଥିବା ସଂଗ୍ରାମୀଙ୍କୁ ୨୫୦ ସ୍କୋୟାର ୟାର୍ଡ ପ୍ଲଟ୍ ଦିଆଯିବ । ସେହିପରି ଯୁବ ବିକାଶ ଯୋଜନାରେ ଛାତ୍ରଙ୍କୁ ୫ ଲକ୍ଷ ଟଙ୍କାର ବିଦ୍ୟା ଭରସା କାର୍ଡ ଦିଆଯିବ । ପ୍ରତି ଜିଲ୍ଲାରେ ତେଲେଙ୍ଗାନା ଅର୍ନ୍ତର୍ଜାତୀୟ ସ୍କୁଲ୍ ଖୋଲାଯିବ ବୋଲି କଂଗ୍ରେସ ଘୋଷଣା କରିଛି । ସେହିପରି ଚେୟୁଥା ଯୋଜନାରେ ମାସିକ ୪ ହଜାର ପେନସନ ଓ ୧୦ ଲକ୍ଷ ଟଙ୍କାର ରାଜୀବ ଆରୋଗ୍ୟଶ୍ରୀ ଇନ୍ସ୍ୟୁରାନ୍ସ ଦିଆଯିବ ।

Get real time updates directly on you device, subscribe now.