fbpx

ଗଣେଶ ପୂଜା ଦିନ ଘରକୁ ଆଣନ୍ତୁନି ଏହି ମୂର୍ତ୍ତି, ନଚେତ୍ ଘରେ ବଢ଼ିଯିବ କଳି ଓ ଝଗଡ଼ା

ହିନ୍ଦୁ ଦେବଦେବୀଙ୍କ ମଧ୍ୟରେ ଭଗବାନ ଗଣେଶଙ୍କ ସ୍ଥାନ ସ୍ୱତନ୍ତ୍ର ଆଉ ପ୍ରଥମ । କୌଣସି ବି ଶୁଭ ବା ମାଙ୍ଗଳିକ କାର୍ଯ୍ୟ ପୂର୍ବରୁ ଗଣେଶଙ୍କୁ ପୂଜା କରାଯାଇଥାଏ, ଯେପରି ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ସମ୍ପନ୍ନ ହୋଇପାରିବ । ଗଣେଶ ଭଗବାନଙ୍କ ଜନ୍ମ ଭାଦ୍ରବ ମାସ ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ହୋଇଥିଲା ଏବଂ ଏହି ଦିନକୁ ସାରା ଦେଶରେ ବଡ଼ ଧୁମ୍ଧାମରେ ପାଳନ କରାଯାଇଥାଏ ।

ଅନେକ ଲୋକ ନିଜ ଘରେ ଗଣେଶ ମୂର୍ତ୍ତି ଆଣି ପୂଜା କରି ଥାଆନ୍ତି । ଗଣପତିଙ୍କୁ ସ୍ଥାପନା ପରେ ତାଙ୍କୁ ତାଙ୍କର ପ୍ରିୟ ଜିନିଷ ଅର୍ପଣ କରାଯାଇଥାଏ । ମୋଦକ, ଲଡ଼ୁ ଆଦି ଭୋଗ ଲଗାଯାଇଥାଏ । ଗଣେଶ ଚତୁର୍ଥୀରେ ବପ୍ପାଙ୍କୁ ଘରକୁ ଆଣିବା ପୂର୍ବରୁ କେତେକ କଥା ଉପରେ ଧ୍ୟାନ ରଖିବା ଉଚିତ୍ । କେଉଁ ମୂର୍ତ୍ତି ଆଣି ପୂଜା କରିବା ଜରୁରୀ ତାହା ଧ୍ୟାନ ଦେବା ଆବଶ୍ୟକ ହୋଇଥାଏ । ଆସନ୍ତୁ ଜାଣିବା, ଭଗବାନଙ୍କ ମୂର୍ତ୍ତି କିଣିବା ସମୟରେ ଆପଣ କେଉଁ ଜିନିଷ ଉପରେ ଧ୍ୟାନ ଦେବେ…

– ଜ୍ୟୋତିଷ ଶାସ୍ତ୍ର ମୁତାବକ, ଗଣେଶଙ୍କ ଅଲଗା ଅଲଗା ମୂର୍ତ୍ତିର ଭିନ୍ନ ଭିନ୍ନ ମହତ୍ତ୍ୱ ରହିଛି । ଚାକିରି କିମ୍ବା ବ୍ୟବସାୟ ସମ୍ବନ୍ଧିତ ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଗଣେଶଙ୍କ ସିନ୍ଦୁରୀ ସ୍ୱରୂପ ମୂର୍ତ୍ତି ସ୍ଥାପନ କରିବା ଉଚିତ୍ । ଯଦି ଏମିତି ମୂର୍ତ୍ତି ଆପଣ ସ୍ଥାପନ କରିବେ, ତା’ ହେଲେ ଆପଣଙ୍କ ଭାଗ୍ୟର ତାଲା ଖୋଲିଯିବ ।

– ଗଣପତିଙ୍କ ମୂର୍ତ୍ତି କିଣିବା ସମୟରେ ଗୋଟିଏ କଥା ଉପରେ ଧ୍ୟାନ ରଖନ୍ତୁ, ଯେପରି ତାଙ୍କର ବସିଥିବା ମୂର୍ତ୍ତି କିଣିବେ । ଗଣେଶ ଚତୁର୍ଥୀ ସମୟରେ ଏହି ପ୍ରକାର ମୂର୍ତ୍ତି ସ୍ଥାପନା କରିବା ବହୁତ ଶୁଭ ହୋଇଥାଏ । ଗଣପତି ବପ୍ପାଙ୍କ ଏମିତି ମୂର୍ତ୍ତିକୁ ପୂଜା କରିବା ଦ୍ୱାରା ସ୍ଥାୟୀ ଲାଭ ମିଳିଥାଏ ।

– ବାସ୍ତୁ ଶାସ୍ତ୍ର ଅନୁସାରେ, ଭଗବାନଙ୍କ ନୃତ୍ୟରତ ମୂର୍ତ୍ତି ଘରକୁ ବିଲକୁଲ ବି ଆଣନ୍ତୁ ନାହିଁ । କୁହନ୍ତି, ଯଦି କେହି ବ୍ୟକ୍ତି ଘରକୁ ଏପରି ମୂର୍ତ୍ତି ଆଣନ୍ତି, ତ ଘରେ କଳି, ଝଗଡ଼ା ବଢ଼ିଥାଏ । ଘରର ଶାନ୍ତି ଭଙ୍ଗ ହୋଇଥାଏ । କୌଣସି ଶୁଭ କାର୍ଯ୍ୟ କରିବା ସମୟରେ ସର୍ବ ପ୍ରଥମେ ଭଗବାନ ଶ୍ରୀ ଗଣେଶଙ୍କୁ ଆବାହନ କରାଯାଇଥାଏ । ଭଗବାନ ଶ୍ରୀ ଗଣେଶ ଶୁଭଫଳ ଦାୟକ ହୋଇଥାନ୍ତି ଏବଂ ଲଡ଼ୁ ଭଳି ତାଙ୍କର ବାଣୀ ମିଠା ହୋଇଥାଏ ଓ ତାଙ୍କ ହସ ମଧ୍ୟ ସମସ୍ତ ଭକ୍ତମାନଙ୍କୁ ପ୍ରସନ୍ନତା କରିଥାଏ । ପ୍ରତ୍ଯେକ ବର୍ଷ ଏହି ପର୍ବ ଭାଦ୍ରପଦ ମାସର ଶୁକ୍ଳପକ୍ଷ ଚତୁର୍ଥୀ ତିଥିରେ ପାଳନ କରାଯାଇଥାଏ । ମାନ୍ୟତା ରହିଛି ଯେଉଁ ବ୍ୟକ୍ତି ଗଣେଶ ଚତୁର୍ଥୀ ଦିନ ଭଗବାନ ଗଣେଶଙ୍କ ଆରାଧନା କରିଥାନ୍ତି, ଗଜାନନ ତାଙ୍କର ସମସ୍ତ ବିଘ୍ନକୁ ଖଣ୍ଡନ କରିଥାନ୍ତି ।

Get real time updates directly on you device, subscribe now.