fbpx

ବାତ୍ୟା ବିପର୍ଯ୍ୟୟ ସମୁଦ୍ରକୁ ଟାଣିନେଲା ୫,୦୦୦ ଟନ୍ ଲୁଣ, ଦେଶରେ ବଢିପାରେ ଲୁଣର ଦାମ୍‌

Advertisement

ନୂଆଦିଲ୍ଲୀ: ବାତ୍ୟା ଆସିଲେ ମାଡ଼ ହୋଇଥିବା ଅଞ୍ଚଳରେ ଅନେକ କ୍ଷୟକ୍ଷତି ହୋଇଥାଏ । ଅନେକ ଲୋକ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଥାନ୍ତି । ନିକଟରେ ବାତ୍ୟା ବିପର୍ଯ୍ୟୟ ଗୁଜରାଟ ଉପକୂଳ କଚ୍ଛ ସମେତ ଅନେକ ତଳିଆ ଅଞ୍ଚଳରେ ବିପୁଳ କ୍ଷୟକ୍ଷତି କରିଛି । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ ପାୟ ୫ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି । ଏଥିରେ ଉଦ୍ୟୋଗ ଏବଂ ଶିଳ୍ପ ଜଗତକୁ ଝଟକା ଲାଗିଛି । ତେବେ ଏହାର ପ୍ରଭାବ ସମଗ୍ର ଭାରତ ଉପରେ ପଡ଼ିପାରେ । କାରଣ ବାତ୍ୟା ବିପର୍ଯ୍ୟୟ ୫ ଲକ୍ଷ ଟନ୍ ଲୁଣ ସମୁଦ୍ରକୁ ବୋହି ନେଇଛି । ଫଳରେ ଆଗକୁ ଲୁଣ ମହଙ୍ଗା ହେବ ବୋଲି ଅନୁମାନ କରାଯାଉଛି ।

ଗୁଜରାଟ ଉପକୂଳରେ ଥିବା ବନ୍ଦର ଗୁଡ଼ିକରେ ପ୍ରବଳ କ୍ଷୟକ୍ଷତି ହୋଇଥିବାରୁ ଏପର୍ଯ୍ୟନ୍ତ ବନ୍ଦର ଗୁଡ଼ିକ ଖୋଲାଯାଇନାହିଁ । ଗୁଜରାଟ ଚାମ୍ବର୍ସ ଅଫ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରିଜ୍ ଅନୁଯାୟୀ ବିପର୍ଯ୍ୟୟ ପ୍ରଭାବରେ ୫ ହଜାର କୋଟି ଟଙଯକାର କ୍ଷତି ହୋଇଛି । ଉଦ୍ୟୋଗ ପୁଣିଥରେ କାରବାର ଆରମ୍ଭ କରିବାକୁ ସମୟ ଲାଗିବ ।

ଲୁଣ ଉତ୍ପାଦନ ପାଇଁ କଚ୍ଛ ଜଣା । ବାତ୍ୟା ବିପର୍ଯ୍ୟୟ କାରଣରୁ ସବୁଠାରୁ ଅଧିକ କ୍ଷତି ପ୍ରାୟତଃ ଲୁଣ ଉଦ୍ୟୋଗ ସହିଛି । ଏହି କାରଣରୁ ଆଗକୁଲୁଣ ଦର ବଢୀପାରତେ ବୋଲି ଆଶଙ୍କା ସୃଷ୍ଟି ହୋଇଛି । ସଂଘ ଅଧ୍ୟକ୍ଷଙ୍କ ଦୀଲୁଭାଇ ଜାଡେଜାଙ୍କ କହିବା ମୁତାବକ ବାତ୍ୟା ବିପର୍ଯ୍ୟୟ କାରଣରୁ ୫୦୦ ଲୁଣ ଉଦ୍ୟୋଗିଙ୍କୁ ବଡ଼ ମାତ୍ରାରେ କ୍ଷତି ସହିବାକୁ ପଡ଼ିଛି । ଏହାର ପ୍ରଭାବ ଲୁଣ ଦର ଉପରେ ପଡ଼ିପାରେ ।

Get real time updates directly on you device, subscribe now.