fbpx

କାଲି ୩,୯୯୯ ତ ଆଜି ୫୦୭: ଏପରି ରହୁଛି ଦେଶର ମୃତ୍ୟୁସଂଖ୍ୟା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି ।  ଗତକାଲି ଦେଶରେ ୩ ହଜାର ୯୯୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୫୦୭ ଜଣଙ୍କର ଜୀବନ ନେଇଛି କରୋନା । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୮ ହଜାର ୯୮୭କୁ ବୃଦ୍ଧି ପାଇଛି  । ଗତ ୨୪ ଘଣ୍ଟା ମଧ୍ୟରେ ୪୧ ହଜାର ୩୮୩ ଜଣ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି  ।

 

ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧୨ ଲକ୍ଷ ୫୭ ହଜାର ୭୨୦କୁ ବୃଦ୍ଧି ପାଇଛି  । ତେବେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୯ ହଜାର ୩୯୪ ଜଣ ରହିଥିବା ବେଳେ ସୁସ୍ଥ ସଂଖ୍ୟା ୩ କୋଟି ୪ ଲକ୍ଷ ୨୯ ହଜାର ୩୩୯କୁ ବୃଦ୍ଧି ପାଇଛି  । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି  ।

Get real time updates directly on you device, subscribe now.