fbpx

ପାକିସ୍ତାନରେ ଆତଙ୍କୀ ଆକ୍ରମଣକୁ ଡରୁଛନ୍ତି ଚୀନ୍ କର୍ମଚାରୀ: ହାତରେ AK-୪୭ ଧରି କରୁଛନ୍ତି କାମ

ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଆତଙ୍କୀ ଆକ୍ରମଣ ଯୋଗୁଁ ଚୀନ୍ ନାଗରିକମାନେ ଏତେ ପରିମାଣରେ ଭୟଭୀତ ଅଛନ୍ତି ଯେ ଏବେ ସେମାନେ ନିଜ ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଛନ୍ତି । ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ପାକିସ୍ତାନରେ ଇପିଇସି ପ୍ରୋଜେକ୍ଟରେ କାର୍ଯ୍ୟ କରୁଥିବା ଚୀନର ଇଞ୍ଜିନିୟରମାନେ AK-୪୭ ଧରିଥିବା ନଜର ଆସିଛନ୍ତି ।

ତେବେ ନିକଟରେ ପାକିସ୍ତାନର ଉତ୍ତର ପଶ୍ଚିମୀ ଅଞ୍ଚଳରେ ଏକ ବସ୍ ବିସ୍ଫୋରଣରେ ୯ ଜଣ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା । ପାକିସ୍ତାନରେ ନିଜ ନାଗରିକଙ୍କ ଉପରେ ହୋଇଥିବା ବିସ୍ଫୋରଣ ପରେ ଚୀନ୍ ଭୟଭୀତ ହୋଇପଡିଛି । ଏହାର ତଦନ୍ତ ପାଇଁ ଚୀନ୍ ଏକ ଟିମ୍ ପଠାଇଥିବା ବେଳେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମରାନ ଖାନ୍ ସମସ୍ତ ନାଗରିକଙ୍କୁ ସୁରକ୍ଷା ଦେବାକୁ ଭରସା ଦେଇଛନ୍ତି । କିନ୍ତୁ ଚୀନ୍-ପାକର ସିପିଇସିରେ କାମ କରୁଥିବା ଚୀନ୍ କର୍ମଚାରୀଙ୍କ ମନରୁ ଭୟ ଯାଇନି । ଫଳରେ ସେମାନେ ନିଜ ସୁରକ୍ଷା ପାଇଁ AK-୪୭ ଧରି କାମ କରୁଛନ୍ତି । ତେବେ ଶ୍ରମିକମାନେ ଏପରି ମାରାତ୍ମକ ଅସ୍ତ୍ର କେଉଁଠୁ ପାଇଲେ ବୋଲି ପ୍ରଶ୍ନ ଉଠିଛି ।

Get real time updates directly on you device, subscribe now.