fbpx

ରେକର୍ଡ ଭାଙ୍ଗିଲା ମହିନ୍ଦ୍ରା XUV ୭୦୦; ୩ ଘଣ୍ଟାରେ ୯ ହଜାର ୫୦୦ କୋଟି ଟଙ୍କା ଆୟ କଲା କମ୍ପାନୀ

ନୂଆଦିଲ୍ଲୀ: ଭାରତୀୟ ବଜାର ପାଇଁ ଲଞ୍ଚ କରାଯାଇଛି ମହିନ୍ଦ୍ରାର ନୂତନ ଏସୟୁଭି କାର ଏକ୍ସୟୁଭି ୭୦୦ । ଏହି କାରଟିର ଅନଲାଇନ ବୁକିଂ ଆରମ୍ଭ କରାଯାଇଥିବା ବେଳେ କମ୍ପାନୀ ସମସ୍ତ ରେକର୍ଡ ଭାଙ୍ଗି ଦେଇଛି । କମ୍ପାନୀ ପକ୍ଷରୁ ଅନଲାଇନ ବୁକିଂ ଆରମ୍ଭ କରାଯାଇଥିବା ବେଳେ ମାତ୍ର ୩ ଘଣ୍ଟାରେ ୯୫୦୦ କୋଟି ଟଙ୍କାର ବିକ୍ରି କରିବାରେ ସକ୍ଷମ ହୋଇଛି ମହିନ୍ଦ୍ରା । ପ୍ରଥମ ବ୍ୟାଚର ୨୫ ହଜାର କାର ମାତ୍ର ୫୭ ମିନିଟ ମଧ୍ୟରେ ବିକ୍ରି ହୋଇ ଯାଇଥିବା ବେଳେ ପରବର୍ତ୍ତୀ ବ୍ୟାଚର ୨୫ ହଜାର ୟୁନିଟ ମାତ୍ର ୨ ଘଣ୍ଟା ମଧ୍ୟରେ ବିକ୍ରି ହୋଇ ଯାଇଥିଲା ।

ମାତ୍ର ୩ ଘଣ୍ଟା ମଧ୍ୟରେ ୫୦ ହଜାର ଏସୟୁଭି କାର ବିକ୍ରି ହୋଇଥିବା ବେଳେ ଏଥିରୁ ୯୫୦୦ କୋଟି ଟଙ୍କା ଆୟ ହୋଇଥିବା ନେଇ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ଥର ପାଇଁ ଭାରତୀୟ ଅଟୋ ଶିଳ୍ପ ଜଗତରେ କୌଣସି ଏସୟୁଭି କାରକୁ ନେଇ ଗ୍ରାହକଙ୍କ ମଧ୍ୟରେ ଏତେ ଉକ୍ରଣ୍ଠା ଦେଖା ଦେଇଥିବା କୁହାଯାଇଛି । ଆସନ୍ତା ଅକ୍ଟୋବର ୧୦ ତାରିଖ ପରଠାରୁ ଏହି ଏସୟୁଭି ଗୁଡିକର ଡେଲିଭରୀ ଆରମ୍ଭ କରାଯିବ । ପ୍ରଥମେ ପେଟ୍ରୋଲ ମଡେଲ ଏବଂ ପରବର୍ତ୍ତୀ ସମୟରେ ଡିଜେଲ ମଡେଲ ଗୁଡିକର ଡେଲିଭରୀ କରାଯିବ ବୋଲି ମହିନ୍ଦ୍ରା ପକ୍ଷରୁ କୁହାଯାଇଛି ।

Get real time updates directly on you device, subscribe now.