fbpx
BJD
BJD SKY
BJD SKY

କୁନ୍ଦ୍ରାଙ୍କ ଦ୍ୱାରା ତିଆରି କରାଯାଇଥିବା ଦୁଇଟି ଆପରୁ ମିଳିଲା ୫୧ଟି ଅଶ୍ଳୀଳ ଫିଲ୍ମ, ଶିଳ୍ପାଙ୍କ ସ୍ୱାମୀଙ୍କ ପାଇଁ ବଢ଼ିପାରେ ଅଡ଼ୁଆ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ସ୍ୱାମୀ ରାଜ୍ କୁନ୍ଦ୍ରାଙ୍କ ଗିରଫ ପରେ ଚର୍ଚ୍ଚାରେ ରହିଛନ୍ତି । ପର୍ଣ୍ଣ ଫିଲ୍ମ ମାମଲାରେ କୁନ୍ଦ୍ରାଙ୍କୁ ଜୁଲାଇ ୧୯ ତାରିଖରେ ମୁମ୍ବାଇ ପୋଲିସ୍ ଗିରଫ କରିଥିଲା । ଆଉ ଏବେ ତାଙ୍କ ନାମରେ ଅନେକ ମାମଲା ସାମନାକୁ ଆସିବାରେ ଲାଗିଛି । ଗିରଫ କରିବାପରେ କ୍ରାଇମବ୍ରାଞ୍ଚ କୁନ୍ଦ୍ରାଙ୍କ ବିରୋଧରେ ପ୍ରମାଣ ଏକାଠି କରିବା ପାଇଁ ତାଙ୍କ କମ୍ପାନୀକୁ ଯାଞ୍ଚ କରିଥିଲା । ନିକଟରେ ବମ୍ବେ ହାଇକୋର୍ଟକୁ ସରକାରୀ ଓକିଲ କହିଛନ୍ତି ଯେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜ୍ କୁନ୍ଦ୍ରାଙ୍କ ଦୁଇଟି ଆପ୍ ରୁ ୫୧ ଟି ଅଶ୍ଳୀଳ ଫିଲ୍ମ ଜବତ କରିଥିଲା ।

ରାଜ୍ କୁନ୍ଦ୍ରାଙ୍କ ମାମଲାରେ ଓକିଲ ଅରୁଣା ପଇ କହିଛନ୍ତି ଯେ, ହଟସଟ୍ସ ଆପ୍ କୁ ୫୧ ଟି ଅଶ୍ଳୀଳ ଓ ଆପତ୍ତିଜନକ ଭିଡିଓ ଜବତ ହୋଇଛି । ଏହି ଫିଲ୍ମ ଗୁଡ଼ିକର କନେକ୍ସନ୍ ରାଜ୍ କୁନ୍ଦ୍ରାଙ୍କ ସହିତ ରହିଛି । ଅନ୍ୟପଟେ ରାଜ୍ କୁନ୍ଦ୍ରା ଓ ରାୟନ୍ ଥୋର୍ପଙ୍କୁ ଗିରଫ କରିବାର କାରଣ ମଧ୍ୟ ସେ କହିଛନ୍ତି । ଏହି ମାମଲାରେ ରାଜ୍ କୁନ୍ଦ୍ରା ସବୁ ପ୍ରମାଣ ନଷ୍ଟ କରୁଥିଲେ । ଏହି ପରିପ୍ରେକ୍ଷୀରେ ସେମାନେ ହ୍ୱାଟସଆପ୍ ଚାଟ୍ ମଧ୍ୟ ଡିଲିଟ୍ କରିଛନ୍ତି । ତେଣୁ ପୋଲିସ୍ ଦୁହିଁଙ୍କୁ ଗିରଫ କରିଛି । ଭିଡିଓ କନଫରେନ୍ସ ଜରିଆରେ ନ୍ୟାୟମୁର୍ତ୍ତି ଏଏସ୍ ଗହକରୀ କହିଛନ୍ତି ଯେ, ରାଜ୍ କୁନ୍ଦ୍ରା ଓ ରାୟନ୍ ଙ୍କ ବିରୋଧରେ ଅଶ୍ଳୀଳ କଣ୍ଟେଣ୍ଟ୍ ଷ୍ଟ୍ରିମିଂ କରିବାର ଆରୋପ ଲାଗିଛି । ପୋଲିସ୍ କୁ ଏନେଇ ପ୍ରମାଣ ମଧ୍ୟ ମିଳିଛି ।

Get real time updates directly on you device, subscribe now.