fbpx
BSKY
BJD MC SKY
BJD YOUTH SKY

ପାକିସ୍ତାନକୁ ଝଟକା ଦେଲା ବିସିସିଆଇ ! ଖେଳାଳି ଅନ୍ତର୍ଜାତୀୟ ମ୍ୟାଚ୍ ଛାଡି ଖେଳିବେ ଆଇପିଏଲ

ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ସେପ୍ଟେମ୍ବର-ଅକ୍ଟୋବରରେ ୟୁଏଇରେ ଖେଳାଯିବ । ଖେଳାଳି ଓ କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ପରେ ମେ ୪ରେ ଟି-୨୦ ଲିଗକୁ ସ୍ଥଗିତ ରଖାଯାଇଥିଲା । ଏହାର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଖେଳାଯିବ । ଲିଗରେ ଏବେ ୩୧ଟି ମ୍ୟାଚ୍ ଖେଳାଯିବା ବାକି ରହିଛି ।

ହେଲେ ଲିଗର ଦ୍ୱିତୀୟ ପର୍ଯ୍ୟାୟରେ କେତେ ଜଣ ବିଦେଶୀ ଖେଳାଳି ଖେଳିବେ ତାହା ସ୍ପଷ୍ଟ ହୋଇ ନାହିଁ । ଏହା ମଧ୍ୟରେ ନ୍ୟୁଜିଲାଣ୍ଡ କ୍ରିକେଟର ପ୍ରମୁଖ ଡେଭିଡ୍ ହ୍ୱାଇଟଙ୍କ ସୂଚନା ଆଧାରରେ ପାକିସ୍ତାନର ଜିିଓ ଟିଭି ଲେଖିଛି ଯେ, ନ୍ୟୁଜିଲାଣ୍ଡର ଅଧିନାୟକ କେନ ୱିଲିୟମ ସନ, ଟ୍ରେଣ୍ଟ ବୋଲ୍ଟ, ଜେମ୍ସ ନିଶାମ ଓ ଲକି ଫର୍ଗ୍ୟୁସନ ପାକିସ୍ତାନ ବିପକ୍ଷ ସିରିଜ୍ ବଦଳରେ ଆଇପିଏଲ ଖେଳିବେ । ଏମିତି ହେଲେ ପାକିସ୍ତାନକୁ ଜୋରଦାର ଝଟକା ଲାଗିବ । ଗୁରୁତ୍ୱପୂର୍ଣ୍ଣ ଖେଳାଳି ଆଇପିଏଲ ଖେଳିଲେ ତାଙ୍କ ସିରିଜର ଗୁରୁତ୍ୱ ହ୍ରାସ ପାଇବ ।

ସେପ୍ଟେମ୍ବର-ଅକ୍ଟୋବରରେ ନ୍ୟୁଜିଲାଣ୍ଡର ପାକିସ୍ତାନ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ତିନୋଟି ଟି-୨୦ ଓ ତିନୋଟି ଦିନିକିଆ ମ୍ୟାଚର ସିରିଜ୍ ଖେଳାଯିବ । ଏହାକୁ ଟି-୨୦ ବିଶ୍ୱ କପର ପ୍ରସ୍ତୁତି ଭାବେ ଦେଖାଯାଉଛି । କାରଣ ବିଶ୍ୱ କପ ଅକ୍ଟୋବର-ନଭେମ୍ବରରେ ୟୁଏଇ ଓ ଓମାନରେ ଖେଳାଯିବ ।

ଆଇପିଏଲର ଅବଶିଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୯ ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ଖେଳାଯିବ । ଅଦ୍ୟାବଧି ଦିଲ୍ଲୀ କ୍ୟାପିଟାଲ୍ସ ୮ଟି ମ୍ୟାଚରୁ ୬ ଟି ଜିତି ୧୨ ଅଙ୍କ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି । ଆରସିବି ଓ ସିଏସକେ ଉଭୟ ଦଳ ୭-୭ ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ହାସଲ କରିଛନ୍ତି । ହେଲେ ନେଟ ରନରେଟ୍ ଆଧାରରେ ସିଏସକେ ଦ୍ୱିତୀୟରେ ରହିଛି ଏବଂ ତୃତୀୟରେ ରହିଛି ଆରସିବି ।

ସର୍ବାଧିକ ୫ ଥର ଟି-୨୦ ଲିଗ୍ ଜିତିଥିବା ମୁମ୍ବାଇ ଇଣ୍ଡିଆନ୍ସ ୮ ପଏଣ୍ଟ ସହ ଚତୁର୍ଥରେ ରହିଛି । ୨୦୨୦ରେ ମଧ୍ୟ କରୋନା ସଂକ୍ରମଣ କାରଣରୁ ଆଇପିଏଲ ୟୁଏଇରେ ଆୟୋଜିତ କରାଯାଇଥିଲା । ଉକ୍ତ ସିଜିନରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ଟାଇଟଲ ଜିତିଥିଲା ।

Get real time updates directly on you device, subscribe now.