fbpx

ମହଙ୍ଗା ମାଡ଼: ୫୨ ପ୍ରତିଶତ ମହଙ୍ଗା ହେଲା ଖାଇବା ତେଲ, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଜୁଲାଇ ମାସରେ ଅନେକ ନିତ୍ୟବ୍ୟବହାର୍ଯ୍ୟ ଜିନିଷର ଦରଦାମ୍ ବୃଦ୍ଧି ହେଉଥିବା ଦେଖିବାକୁ ମିଳିଛି । ଏଥିରେ ପେଟ୍ରୋଲ୍, ଡିଜେଲ୍ ଠାରୁ ଆରମ୍ଭ କରି ଇନ୍ଧନ ଓ ଖାଇବା ତେଲ ଦର ମଧ୍ୟ ଆକାଶଛୁଆଁ ହୋଇଯାଇଛି । ସରକାରୀ ସୁତ୍ରରୁ ଦିଆଯାଇଥିବା ସୂଚନା ମୁତାବକ, ୨୦୨୦ ତୁଳନାରେ ୨୦୨୧ରେ ଖାଇବା ତେଲ ୫୨ ପ୍ରତିଶତ ବୃଦ୍ଧି ପାଇଛି । ଯଦ୍ୱାରା ଏହାର ପ୍ରଭାବ ସିଧାସଳଖ ସାଧାରଣ ଗ୍ରାହକଙ୍କ ଉପରେ ପଡ଼ୁଛି । ରାଜ୍ୟ ସଭାରେ ଖାଦ୍ୟ ଓ ଉପଭୋକ୍ତାଙ୍କର ମାମଲାକୁ ନେଇ ରାଜ୍ୟମନ୍ତ୍ରୀ ଅଶ୍ୱିନୀ କୁମାର ଚୌବେ କହିଛନ୍ତି ଯେ, ଖାଦ୍ୟ ପଦାର୍ଥ ଜନିତ ଜିନିଷ ମହଙ୍ଗା ହେବାରୁ ରୋକିବା ପାଇଁ ପ୍ରୟାସ ଚଳାଇଛନ୍ତି ।

କରୋନା ମହାମାରୀ କାଳରେ ଡାଲି, ଖାଇବା ତେଲ ଏବଂ ଜରୁରୀ ଜିନିଷର ଦରଦାମ୍ ଖୁବ୍ ଜୋରରେ ବୃଦ୍ଧି ପାଉଛି । କିପରି ଏହି ବୃଦ୍ଧି ପାଉଥିବା ଦରଦାମ୍ ରେ ଅଙ୍କୁଶ ଲଗାଯାଇପାରିବ ସେ ଦିଗରେ ସରକାର ଲଗାତର ପ୍ରୟାସ କରୁଛନ୍ତି ।
ଏହି କ୍ରମରେ ଜୁଲାଇ ମାସରେ ସୋରିଷ ତେଲ ୩୯.୦୩ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ବାଦାମ୍ ତେଲ ଦାମ୍ ୧୯.୨୪ ପ୍ରତିଶତ, ବନସ୍ପତି ତେଲ ୪୬.୦୧ ପ୍ରତିଶତ, ସୋୟା ତେଲ ୪୮.୦୭ ପ୍ରତିଶତ, ସୂର୍ଯ୍ୟମୂଖୀ ତେଲ ୫୧.୬୨ ପ୍ରତିଶତ ଓ ପାମ୍ ତେଲ ୪୪.୪୨ ପ୍ରତିଶତ ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.