fbpx
BSKY
BJD MC SKY
BJD MS SKY

ଦେଶଦ୍ରୋହୀ ଓ ପଥର ଫିଙ୍ଗାଳିକୁ ଆଉ ତ୍ରାହି ନାହିଁ, ଏବେ ଆଉ ମିଳିବନି ପାସପୋର୍ଟ ଏବଂ ସରକାରୀ ଚାକିରି

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଏବେ ଦେଶଦ୍ରୋହୀ ଓ ପଥର ଫିଙ୍ଗାଳିଙ୍କୁ ତ୍ରାହି ନାହିଁ । ସରକାର ଏହି ଧରଣର ଲୋକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଡ ପଦକ୍ଷେପ ନେଇଛନ୍ତି । ସରକାର ଏ ନେଇ ଏକ ନୂତନ ଆଦେଶ ଜାରି କରିଛନ୍ତି । ଆଦେଶ ଅନୁଯାୟୀ ଦେଶ ବିରୋଧରେ ନାରାବାଜି କରୁଥିବା ଏବଂ ସେନା ଉପରେ ପଥର ଫିଙ୍ଗୁଥିବା ଲୋକଙ୍କୁ ସରକାରୀ ଚାକିରି ମିଳିବ ନାହିଁ । ଏପରିକି ଏହି ପରି ଲୋକଙ୍କୁ ପାସପୋର୍ଟ ମଧ୍ୟ ମିଳିବ ନାହିଁ । ପଥରମାଡ କରୁଥିବା ଏବଂ ରାଜ୍ୟ ଓ ଦେଶର ସୁରକ୍ଷା ପାଇଁ ବିପଦ ସୃଷ୍ଟି କରୁଥିବା ଗତିବିଧିରେ ସାମିଲ ଲୋକଙ୍କୁ ଏବେ ବିଦେଶ ଯିବାକୁ ସୁଯୋଗ ମିଳିବ ନାହିଁ ।

କୁହାଯାଉଛି, ଏମିତି ଲୋକଙ୍କ ଉପରେ କଟକଣା ପାଇଁ ସମସ୍ତ ଡିଜିଟାଲ ସାକ୍ଷ୍ୟ ଓ ପୋଲିସ ରେକର୍ଡ ଉପରେ ନଜର ରଖାଯିବ । ରବିବାର ଜମ୍ମୁ-କଶ୍ମୀର ସରକାର ଦେଶଦ୍ରୋହୀ ଓ ପଥର ଫିଙ୍ଗାଳିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେଇ ପାସପୋର୍ଟ ମଞ୍ଜୁରୀ ଉପରେ ରୋକ୍ ଲଗାଇବା, ସରକାରୀ ଚାକିରିରେ ନିଯୁକ୍ତି ନ ଦେବାକୁ ଆଦେଶ ଜାରି କରିଛନ୍ତି ।

ଇଣ୍ଡିଆନ ଏକ୍ସପ୍ରେସର ଏକ ବିଶେଷ ରିପୋର୍ଟ ଅନୁଯାୟୀ, ଲୋକଙ୍କୁ ଏହାର ସୂଚନା ଦେବା ବାଧ୍ୟତାମୂଳକ ଯେ, ସେମାନଙ୍କ ପରିବାରର କୌଣସି ସଦସ୍ୟ କିମ୍ବା ସଂପର୍କୀୟ କୌଣସି ରାଜନୈତିକ ଦଳ କିମ୍ବା ସଂଗଠନ ସହ ଜଡିତ କି ? କୌଣସି ରାଜନୈତିକ ଗତିବିଧିରେ ସାମିଲ କି ? କୌଣସି ବିଦେଶୀ ମିଶନ କିମ୍ବା ସଂଗଠନ କିମ୍ବା ଜମାତ ଇ ଇସଲାମୀ ପରି କୌଣସି ପ୍ରତିବନ୍ଧିତ ସଂଗଠନ ସହ ସଂପୃକ୍ତ କି ?

ନୂତନ ସଂଶୋଧନ ଅନୁସାରେ, କାର୍ଯ୍ୟରତ କର୍ମଚାରୀଙ୍କୁ ସିଆଇଡିଠୁ ପୁଣି ଥରେ ନିଯୁକ୍ତି ତାରିଖଠୁ ନେଇ କୌଣସି ପୋଷ୍ଟିଂ ଓ ପଦୋନ୍ନତିର ପୂରା ବିବରଣୀର ଭେରିଫିକେସନ କରିବାକୁ ପଡିବ । ଏହା ବ୍ୟତୀତ କୌଣସି ବ୍ୟକ୍ତିଙ୍କ ବାପା-ମା, ସ୍ୱାମୀ କିମ୍ବା ସ୍ତ୍ରୀ, ପିଲା ଓ ସଂପର୍କୀୟଙ୍କ ଚାକିରି ବିବରଣୀ ମଧ୍ୟ ଦେବାକୁ ପଡିବ ।

Get real time updates directly on you device, subscribe now.