fbpx
BJD
BJD SKY
BJD SKY

ସାଢ଼େ ୧୨ଟା ସୁଦ୍ଧା ୫୫% ମତଦାନ: ଥୁଆମୂଳ ରାମପୁରରେ ବୁଥ୍ ରିଗିଂ!

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଶେଷ ହୋଇଛି । ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ରାଜ୍ୟରେ ୫୫% ମତଦାନ ହୋଇଛି । ଏନେଇ ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି । ଚିତ୍ରକୋଣ୍ଡାରେ ୫୨ ପ୍ରତିଶତ ମତଦାନ ହୋଇଛି ।

ସେ କହିଛନ୍ତି ଯେ, ‘କଟକ ନିଆଳିରେ ମତଦାନ ବାଧାପ୍ରାପ୍ତ ହୋଇଛି । ମତଦାନ ବାଧାପ୍ରାପ୍ତ ସ୍ଥାନରେ କାଲି ପୁନଃ ମତଦାନ ହୋଇଛି । ୩ୟ, ୪ର୍ଥ, ୫ମ ପର୍ଯ୍ୟାୟରେ ବାଧାପ୍ରାପ୍ତ ସ୍ଥାନରେ ମତଦାନ ହୋଇଛି ।’

ଏହାସହ ଧର୍ମଗଡ଼ ଥୁଆମୂଳ ରାମପୁର ବ୍ଲକରେ ବୁଥ ରିଗିଂ ଅଭିଯୋଗ ହୋଇଛି । ଇନ୍ଦ୍ରାବତୀ ଡ୍ୟାମ ଅଞ୍ଚଳରେ ଥିବା ବୋଡ଼ାପଦର ପଞ୍ଚାୟତରେ ରିଗିଂ ହୋଇଛି । ଲିଟିମସ୍କା, ବୋଡ଼ାପଦର, କାରବାଡ଼ି ବୁଥରେ ରିଗିଂ ଅଭିଯୋଗ ହୋଇଛି । କିଛି ଦୁବଁଅତ୍ତ ବୁଥରେ ପଶି ଭୋଟ ଦେଇଥିବା ଲୋକ ଅଭିଯୋଗ କରିଛନ୍ତି । ଖବର ପାଇ ପୋଲିସ ଘଟଣାସ୍ଥଳକୁ ପହଞ୍ଚିଛି ବୋଲି ଏସପି କହିଛନ୍ତି ।

Get real time updates directly on you device, subscribe now.