fbpx

ବଜ୍ରଘାତ ନେଲା ୫ଜୀବନ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ରାଜ୍ୟରେ ବିଭିନ୍ନ ସ୍ଥାନରେ ଆଜି ବର୍ଷା ସହ ବଜ୍ରପାତ ହୋଇଛି । ବଜ୍ରାଘାତରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ୫ଜଣଙ୍କର ମୃତ୍ୟୁ ଘଟିଛି ଓ ୮ଜଣ ଆହତ ହୋଇଛନ୍ତି । ଅନୁଗୁଳ ନାଲକୋ ଅଞ୍ଚଳରେ ବଜ୍ରଘାତରେ ୨ମୃତ, ବରଗଡ଼ ଅତାବିରା ବ୍ଲକ କୁଲୁଣ୍ଡାରେ ଜଣେ, ରାୟଗଡ଼ା ଡ଼ରୁପିଲିମା ଗ୍ରାମରେ ଜଣେ ମୃତ ଓ ଜଣେ ଗୁରୁତର, ପଦ୍ମପୁର ବୈଦେଶପାଲି ନିକଟରେ ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୭ଜଣ ଆହତଙ୍କୁ ବୁର୍ଲା ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

 

Get real time updates directly on you device, subscribe now.