fbpx

କୋଭିଡ଼ ଆକ୍ରାନ୍ତ ଭୋଟରଙ୍କ ପାଇଁ ହେବ ସ୍ୱତନ୍ତ୍ର ବ୍ୟବସ୍ଥା

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ଓଡ଼ିଶାର ୨ଟି ଆସନ ତଥା ବାଲେଶ୍ୱର ଓ ତିର୍ତ୍ତୋଲରେ ଉପ-ନିର୍ବାଚନ ସମ୍ପର୍କରେ ଆଜି ସମୀକ୍ଷା ବୈଠକ ହୋଇଛି । ସମୀକ୍ଷା ବୈଠକରେ ସିଇଓ ସୁଶୀଲ ଲୋହାନୀ ଓ ଭିଡ଼ିଓ କନଫରେନ୍ସରେ ୨ଜିଲ୍ଲାର ଜିଲ୍ଲାପାଳ , ଏସପି ଉପସ୍ଥିତ ରହିଥିଲେ । ସମୀକ୍ଷା ବୈଠକ ପରେ ସିଇଓ ସୂଚନା ଦେଇ କହିଛନ୍ତି ଯେ କୋଭିଡ଼ ଆକ୍ରାନ୍ତ ଭୋଟରଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ପାଇଁ ନିଷ୍ପତ୍ତି ନିଆଯାଇଛି । ଶେଷ ପର୍ଯ୍ୟାୟରେ ମତଦାନ କରିବାକୁ ସେମାନଙ୍କ ଅନୁମତି ଦିଆଯିବ । ଅତିରିକ୍ତ ବୁଥ୍ ଗଠନ ଉପରେ ଗୁରୁତ୍ୱ ଦିଆଯିବ । ଭୋଟର ଓ ନିୟୋଜିତ କର୍ମଚାରୀଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ହେବ । ଗୋଟିଏ ବୁଥରେ ସର୍ବାଧିକ ହଜାରେ ଭୋଟର ମତଦାନ କରିପାରିବେ । ନିର୍ବାଚନ ସମୟରେ ସମସ୍ତ କୋଭିଡ଼ ନିୟମ ପାଳନ କରାଯିବ । ଜିଲ୍ଲା ଓ ନିର୍ବାଚନ ମଣ୍ଡଳୀ ସ୍ତରରେ ନୋଡ଼ାଲ ସ୍ୱାସ୍ଥ୍ୟ ଅଧିକାରୀ ନିଯୁକ୍ତ ହେବେ ବୋଲି ସୁଶୀଲ ଲୋହାନୀ କହିଛନ୍ତି ।

Get real time updates directly on you device, subscribe now.