fbpx

ଟ୍ୱିନ ସିଟିରେ ଅଧିକ ଆଇସିୟୁ ବେଡ଼୍ ରହିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, ୯ା୯(ଓଡ଼ିଶା ଭାସ୍କର): ଖୋର୍ଦ୍ଧା ଓ କଟକରେ କୋଭିଡ଼ ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସମୀକ୍ଷା ବୈଠକ କରିଛନ୍ତି । ବୈଠକରେ ଟ୍ୱିନ ସିଟିରେ ଅଧିକ ଆମ୍ବୁଲାନ୍ସ ସହ ଅଧିକ ଆଇସିୟୁ ବେଡ଼୍ ରହିବ ବୋଲି ନିଷ୍ପତ୍ତି ନିଆଯାଇଛି । ଆସନ୍ତା ସପ୍ତାହ ମଧ୍ୟରେ ଟ୍ୱିନସିଟି ପରିସ୍ଥିତିରେ ଉନ୍ନତି ଆସିପାରେ ବୋଲି ଆଶା ରଖାଯାଇଛି । କୋଭିଡ଼ ନିୟମ ପାଳନ ନକଲେ ବରଦାସ୍ତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ହଟସ୍ପଟ୍ ଜିଲ୍ଲାକୁ ଅଧିକ ଡାକ୍ତର ଓ ପ୍ରଶାସନିକ ଅଧିକାରୀ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଗୁରୁତର ରୋଗୀଙ୍କ ପାଇଁ ଷ୍ଟେପ୍ ଡାଉନ ଆଇସିୟୁ ବ୍ୟବସ୍ଥା ହେବ ।

Get real time updates directly on you device, subscribe now.