fbpx

ଆଜିଠାରୁ ଓଡ଼ିଶାରେ ୫-ଜି: ଭୁବନେଶ୍ୱର, କଟକ ସମେତ ପ୍ରମୁଖ ସହରରେ ମିଳିବ ସେବା

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ଦେଶର ପ୍ରମୁଖ ସହରଗୁଡ଼ିକରେ ୫-ଜି ସେବା ଆରମ୍ଭ ହୋଇଥିବାବେଳେ ଗୁରୁବାରଠାରୁ ଓଡ଼ିଶାର ପ୍ରମୁଖ ସହର ଓ ଅନ୍ୟ କେତେକ ସ୍ଥାନରେ ଏହିସେବା ଆରମ୍ଭ କରାଯିବ ବୋଲି ଟେଲିକମ୍‌
ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସମ୍ପ୍ରତି ଦେଶରେ ୫-ଜି ସେବା ଯୋଗାଇବାରେ ରିଲାଏନ୍ସ ଜିଓ, ଭାରତୀ ଏୟାରଟେଲ୍ ପ୍ରମୁଖ ଆଗରେ ରହିଛନ୍ତି । ଦେଶର କିଛି ନିର୍ଦ୍ଦିଷ୍ଟ ସହରରେ ଏହି ସେବା ଉପଲବ୍ଧ ହେଉଥିବାବେଳେ ଏବେ ବି ଅନେକ ସହରରେ ଏହି ସେବାର ଲାଭ ଉଠାଇବା ପାଇଁ ଗ୍ରାହକମାନେ ଅପେକ୍ଷାକରି ରହିଛନ୍ତି ।

ଟେଲିକମ୍‌ ବିଭାଗ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି ଯେ ଗୁରୁବାର ଭୁବନେଶ୍ୱର ଏବଂ କଟକ ସମେତ ରାଜ୍ୟର କେତେକ ସହରରେ ୫-ଜି ସେବା ଲଞ୍ଚ କରାଯିବ । କେନ୍ଦ୍ର ଟେଲିକମ୍ ମନ୍‌୍ରୀ ଅଶ୍ୱିନୀ ବୈଷ୍ଣବ ଏହି ସେବାର ଶୁଭାରମ୍ଭ କରିବେ । ଏହାସହ ଶ୍ରୀ ବୈଷ୍ଣବ ଗ୍ରାମାଞ୍ଚଳରେ ୧୦୦ଟି ୪- ଜି ଟାୱାରର ମଧ୍ୟ ଶୁଭାରମ୍ଭ କରିବେ । ସୂଚନାଯୋଗ୍ୟ ଯେ ନିକଟରେ ଭୁବନେଶ୍ୱର ରେଳଷ୍ଟେସନର ନବୀକରଣ କାର୍ଯ୍ୟର ଶିଳାନ୍ୟାସ ସମୟରେ ଶ୍ରୀ ବୈଷ୍ଣବ ଆସନ୍ତା ୨୬ ତାରିଖରୁ ଓଡ଼ିଶାରେ ଏହି ସେବା ଉପଲବ୍ଧ ହେବ ବୋଲି ଘୋଷଣା କରିଥିଲେ । ତେବେ ଏହା ପୂର୍ବରୁ ଓଡ଼ିଶାରେ ଏହି ସେବା କାର୍ଯ୍ୟକାରୀ ହେବାକୁ ଯାଉଛି ।

Get real time updates directly on you device, subscribe now.