fbpx
BSKY
BJD SHG SKY
BJD MC SKY

କିସମିସକୁ ପାଣିରେ ଭିଜାଇ ଖାଇଲେ ମିଳିଥାଏ ଅଦ୍ଭୁତ ଫାଇଦା, ଜାଣନ୍ତୁ କ’ଣ

ଡ୍ରାଏ ଫ୍ରୁଟ୍ସ ପୋଷଣରେ ପରିପୂର୍ଣ୍ଣ । ସେଗୁଡ଼ିକ ମଧ୍ୟରୁ ଗୋଟିଏ କିସମିସ୍ । ଏହା ସ୍ୱାଦରେ ଅଧିକ ମିଠା ହୋଇଥାଏ । କିସମିସ୍ ଫେନୋଲିକ୍ ଯୌଗିକର ଭଣ୍ଡାର ଏବଂ ଏଥିରେ ରେସଭେରାଟ୍ରୋଲ୍, ଫ୍ଲାଭୋନାଏଡ୍, କ୍ୱେରେସିଟିନ୍, କ୍ୟାଟେଚିନ୍, ପ୍ରୋକିଆନିଡିନ ଏବଂ ଆଣ୍ଟୋସିୟାନିନ ଥାଏ । କିସମିସ୍ ପରି ଏହାର ପାଣି ମଧ୍ୟ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ପାଣି ଫୁଟାଇ ଏଥିରେ କିଛି କିସମିସ୍ ମିଶାଇ ରାତିସାରା ଛାଡି ଦିଅନ୍ତୁ ।

ସକାଳେ ଏହି ପାଣିକୁ ଛାଣି ଖାଲି ପେଟରେ ପିଅନ୍ତୁ । କିସମିସ୍ ପାଣି ପେଟ ସହିତ ଜଡିତ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ । ଏହାର ଔଷଧୀୟ ଗୁଣ ଅନ୍ତନଳୀ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । କିସମିସ୍ ପାଣି ହଜମ ପ୍ରକ୍ରିୟାରେ ଉନ୍ନତି ଆଣିଥାଏ ।

ଶତାବ୍ଦୀ ଧରି ଏହାର ଔଷଧୀୟ ଗୁଣ ପାଇଁ ଏହା ଜଣାଶୁଣା । ସକାଳେ ଏହାର ପାଣିକୁ ଖାଲି ପେଟରେ ପିଇବା ଦ୍ୱାରା ହଜମ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିଥାଏ । କିସମିସ୍ ପାଣିରେ ଥଣ୍ଡା ଗୁଣ ମଧ୍ୟ ରହିଥାଏ ଏବଂ ଏହା ଅମ୍ଳତାକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।

ଏହାକୁ ପିଇବା ଦ୍ୱାରା ପେଟ ଗ୍ୟାସ୍ ସମସ୍ୟାରୁ ମୁକ୍ତି ମିଳିଥାଏ । କିସମିସ୍ ପାଣିରେ ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ରହିଥାଏ । ଏହା ଅନ୍ତନଳୀରେ କାର୍ଯ୍ୟରେ ଉନ୍ନତି ଆଣିବା ସହ ଫୁଲା ସମସ୍ୟାରୁ ମୁକ୍ତି ଦେଇଥାଏ ।

Get real time updates directly on you device, subscribe now.