fbpx

ଥଣ୍ଡା ଆସୁ ଆସୁ ଚା’-କଫି ପିଇବା ଆରମ୍ଭ କରୁଛ କି ? ହୋଇପାରେ ଗମ୍ଭୀର ରୋଗର ଲକ୍ଷଣ, ତେଣୁ ସାବଧାନ୍

ଶୀତ ଋତୁ ଆସିବା ମାତ୍ରେ କିଛି ଲୋକ ଅଧିକ ଚା’-କଫି ପିଇବା ଆରମ୍ଭ କରନ୍ତି । ଅଧିକ ମାତ୍ରାରେ କିଛି ବି ଖାଇଲେ ତାହା କ୍ଷତି ତ କରିଥାଏ । କିଛି ଲୋକ ପ୍ରାୟତଃ ଶୋଇବା ସମୟରେ ଦାନ୍ତ ଘଷିବା ଆରମ୍ଭ କରନ୍ତି । ଏହା ଏକ ଅଭ୍ୟାସ ନୁହେଁ, ଏହା ଏକ ରୋଗ । ଏହି ରୋଗକୁ ବ୍ରୁକ୍ସିଜିମ୍ କୁହାଯାଏ । ଏହା ଶୋଇବା ଉପରେ ପ୍ରଭାବ ପକାଇଥାଏ, ଶ୍ୱାସ ନେବାରେ ଅସୁବିଧା ହୁଏ । ଏହା ଦାନ୍ତରେ ଯନ୍ତ୍ରଣା ଏବଂ ସମ୍ବେଦନଶୀଳତା ସୃଷ୍ଟି କରିପାରେ । ଏହି କାରଣରୁ ପାଟି ମାଂସପେଶୀରେ ସମସ୍ୟା ହୋଇପାରେ । ଆସନ୍ତୁ ଜାଣିବା ଚା ଏବଂ କଫି ବ୍ୟତୀତ ଏହାର ଆଉ କ’ଣ କାରଣ ରହିଛି ଏବଂ ଆମେ ଏଥିରୁ କିପରି ମୁକ୍ତି ପାଇପାରିବା?

ଦାନ୍ତ ଘଷିବା ରୋଗର କାରଣ:-
ଯେଉଁମାନେ ଅଧିକ ଚା କିମ୍ବା କଫି ପିଉଛନ୍ତି, ସେମାନେ ଏହାର ଶିକାର ହୁଅନ୍ତି । ଏହା ବ୍ୟତୀତ ଯେଉଁମାନେ ଧୂମପାନ ମଧ୍ୟ କରନ୍ତି, ସେମାନେ ଦାନ୍ତ ଘଷିବା ରୋଗ ବା ବ୍ରୁକ୍ସିଜିମର ଶିକାର ହୁଅନ୍ତି । ବ୍ରୁକ୍ସିଜିମ୍ ରୋଗରେ ନିଦ୍ରାହୀନତା, ଥକ୍କାପଣ, ଚିଡ଼ଚିଡ଼ାପଣ, ଚାପ ଏବଂ ଶୀଘ୍ର ରାଗ ଆସିବା ଭଳି ସମସ୍ୟା ଦେଖାଦେଇପାରେ । ସମସ୍ୟା ହୋଇପାରେ ।

ବ୍ରୁକ୍ସିଜିମର ଲକ୍ଷଣ :-
ଯେକୌଣସି ବ୍ୟକ୍ତିଙ୍କୁ ବ୍ରୁକ୍ସିଜିମ୍ ସମସ୍ୟା ହୋଇପାରେ, ତା’ର ପାଟି ମାଂସପେଶୀରେ ଯନ୍ତ୍ରଣା ହେବା ଆରମ୍ଭ ହୁଏ । ଏହା ବ୍ୟତୀତ ସେ ଯେତେବେଳେ ସକାଳୁ ଉଠନ୍ତି, ତାଙ୍କ ମୁଣ୍ଡରେ ସାମାନ୍ୟ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି କାରଣରୁ ବ୍ୟକ୍ତି ଥକ୍କାପଣ, କ୍ରୋଧ ଏବଂ ଚାପର ଶିକାର ହୁଅନ୍ତି ।

ବ୍ରୁକ୍ସିଜିମରୁ ବର୍ତ୍ତିବାର ଉପାୟ :-
ବ୍ରୁକ୍ସିଜିମ୍ ଅର୍ଥାତ୍ ଦାନ୍ତ ଘଷିବା ରୋଗରୁ ରକ୍ଷା ପାଇବା ପାଇଁ ସର୍ବପ୍ରଥମେ ରୋଗୀ ଅତି କମରେ ୭-୮ ଘଣ୍ଟା ଶୋଇବା ଉଚିତ୍ । ଏହା କରିବା ଦ୍ୱାରା ଦାନ୍ତର ମାଂସପେଶୀଗୁଡ଼ିକ ଆରାମ ପାଇବ । ଯଦି ଆପଣଙ୍କର ଅଧିକ ଚା ଏବଂ କଫି ପିଇବାର ଅଭ୍ୟାସ ଅଛି, ତେବେ ଏହାକୁ ନିୟନ୍ତ୍ରଣ କରନ୍ତୁ । ଯଦି ସମସ୍ୟା ଅଧିକ ବଢ଼େ, ତେବେ ଆପଣ ଡାକ୍ତରଙ୍କ ସହିତ ଯୋଗାଯୋଗ କରିପାରିବେ । ଏହି ରୋଗରେ କଦଳୀ କ୍ଷୀର ଏବଂ ହର୍ବାଲ ଚା ପିଇବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.