fbpx

ଠିକା ଡାକ୍ତରୀ ପ୍ରାଧ୍ୟାପକଙ୍କ ପାଉଣା ବୃଦ୍ଧି; ପ୍ରତିବର୍ଷ ପାଉଣା ବଢିବ ୫ ପ୍ରତିଶତ

ଭୁବନେଶ୍ୱର: ଠିକା ଡାକ୍ତରୀ ପ୍ରାଧ୍ୟାପକଙ୍କ ପାଉଣା ବୃଦ୍ଧି ହୋଇଛି । ପ୍ରଫେସରଙ୍କ ପାଉଣା ୨ଲକ୍ଷ ୩୦ ହଜାର ହୋଇଛି । ସହଯୋଗୀ ପ୍ରଫେସରଙ୍କ ପାଉଣା ୨ଲକ୍ଷ ଟଙ୍କା ହୋଇଛି । ସହକାରୀ ପ୍ରଫେସରଙ୍କ ପାଉଣା ୧ଲକ୍ଷ ୨୦ ହଜାର ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତିବର୍ଷ ଏହି ପାଉଣା ୫ ପ୍ରତିଶତ ଲେଖାଏଁ ବୃଦ୍ଧି ପାଇବ ।

ଠିକା ଡାକ୍ତରୀ ପ୍ରଫେସରମାନଙ୍କର ଏହି ପାଉଣା ବୃଦ୍ଧି ଖବର ସେମାନଙ୍କୁ ବଡ଼ ଆଶ୍ୱସ୍ଥି ଦେଇଛି । ମେଡିକାଲ ଛାତ୍ରଛାତ୍ରୀଙ୍କୁ ପାଠ ପଢାଉଥିବା ଏହି ପ୍ରଫେସର ମାନଙ୍କର ପାଉଣା ବୃଦ୍ଧି ହୋଇଥିବା ନେଇ ଚର୍ଚ୍ଚା ଜୋର ଧରିଛି ।

Get real time updates directly on you device, subscribe now.