fbpx

ବାଙ୍କୀ ଡ଼ବଲ ମର୍ଡ଼ର ମାମଲା, ୪ଗିରଫ

କଟକ, ୨୦ା୨(ଓଡ଼ିଶା ଭାସ୍କର): କଟକ ବାଙ୍କୀ ଖଜୁରୀପଦାରେ ଡବଲ ମର୍ଡ଼ର ହୋଇଥିଲା । ଏହି ମାମଲାରେ ଆଜି ୪ଜଣ ଗିରଫ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ଜଣ କୋର୍ଟ ଚାଲାଣ ହୋଇଥିବା ବେଳେ ୨ଜଣଙ୍କୁ ଜେରା କରାଯାଉଛି ।ଏହି ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ବଳଭଦ୍ର ପ୍ରଧାନ ଓ ଜିତେନ୍ଦ୍ର ସ୍ୱାଇଁ ରହିଛନ୍ତି । ତଦନ୍ତରେ ବ୍ୟାଘାତ ଆଶାଙ୍କାରେ ଅନ୍ୟ ୨ଜଣଙ୍କ ନାମ ପୋଲିସ ଦେଇନଥିବା ସୂଚନା ରହିଛି । ମୃତ୍ୟୁକାଳୀନ ଭିଡ଼ିଓରେ ମୃତକ ୯ଜଣଙ୍କ ନାମ କହିଛନ୍ତି । ପୂର୍ବ ଶତ୍ରୁତାରୁ ହତ୍ୟା କରାଯାଇଥିବା ସେ କହିଛନ୍ତି । ସେହି ଭିଡ଼ିଓକୁ ଦେଖି ପୋଲିସ ଅନୁଧ୍ୟାନ କରୁଛି । ସେହି ହତ୍ୟାକାଣ୍ଡରେ ୧୦ଜଣ ସମ୍ପୃକ୍ତ ଥିବା କଟକ ଗ୍ରାମାଞ୍ଚଳ ଏସପି ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.