ଖୁସି ଖବର : ଶସ୍ତା ହେଲା ଭାରତ ସୋଲା, ମସୁର ଡାଲି ଓ ସେଓ ସମେତ ୬ଟି ଆମେରିକୀୟ ଉତ୍ପାଦ

ନୂଆଦିଲ୍ଲୀ: ଭାରତ ସୋଲା, ମସୁର ଡାଲି ଓ ସେଓ ସମେତ ୬ଟି ଆମେରିକୀୟ ଉତ୍ପାଦ ଉପରେ ଅତିରିକ୍ତ ଟିକସ ହଟାଇ ଦେଇଛି । ବର୍ତ୍ତମାନ ଏହି ଜିନିଷଗୁଡ଼ିକ ଶସ୍ତା ମୂଲ୍ୟରେ ଭାରତରେ ଉପଲବ୍ଧ ହେବ । ଆମେରିକା ୨୦୧୯ରେ ଇସ୍ପାତ ଏବଂ ଆଲୁମିନିୟମ ଉତ୍ପାଦ ଉପରେ ଟିକସ ବୃଦ୍ଧି କରିଥିଲା । ତେଣୁ ଏହିସବୁ ଆମେରିକୀୟ ଉତ୍ପାଦ ଉପରେ ଭାରତ ଟିକସ ଲଗାଇଥିଲା । ସେହି ସମୟରେ ସମୁଦାୟ ୨୮ ଆମେରିକୀୟ ଉତ୍ପାଦ ଉପରେ ଟିକସ ଲାଗୁ କରାଯାଇଥିଲା ।

ଜି-୨୦ରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ଭାରତ ଗସ୍ତ ପୂର୍ବରୁ ଏହି ସବୁ ଉତ୍ପାଦର ଟିକସ ହଟା ଯାଇଛି । ଅର୍ଥ ମନ୍ତ୍ରଣାଳୟ ଏକ ବିଜ୍ଞପ୍ତି ପ୍ରକାଶ କରି କହିଛି, ସୋଲା, ଡାଲି (ମସୁର ଡାଲି), ସେଓ, ଅଖରୋଟ ଓ ଶୁଖିଲା ବାଦାମ ସମେତ ଅନ୍ୟାନ୍ୟ ଉତ୍ପାଦ ଉପରେ ଟିକସ ହଟାଇ ଦିଆଯାଇଛି । ଏଗୁଡିକ ଉପରେ ୧୦ ରୁ ୨୦ ପ୍ରତିଶତ ଏବଂ ୭ କିଲୋଗ୍ରାମରେ ୨୦ କିଗ୍ରା ପର୍ଯ୍ୟନ୍ତ ଟିକସ ଲାଗୁ କରାଯାଇଥିଲା ।

ଅନ୍ୟପଟେ ମିଲ୍‌ ମାଲିକଙ୍କୁ କୁହାଯାଇଥିଲା ଯେ ସେମାନେ ନିଜର ସମୁଦାୟ କ୍ଷମତାର ୨୫ ପ୍ରତିଶତରୁ ଅଧିକ ଡାଲି ଷ୍ଟକ ରଖିପାରିବେ ନାହିଁ। ଯଦି କେହି ବ୍ୟବସାୟୀ ସୀମାରୁ ଅଧିକ ଡାଲିର ଷ୍ଟକ ରଖିଥିବା ଧରାପଡ଼ିଲେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ।